ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱବିଦ୍ୟାଳୟ ଏଭଳି ଏକ ସ୍ଥାନ ହୋଇଥାଏ, ଯେଉଁଠି ପଢ଼ିବା ଛଡ଼ା ଆଉ କିଛି ଶିକ୍ଷା ଦିଆଯାଇନଥାଏ। କିନ୍ତୁ ଏହା ଭୁଲ। ବିଶ୍ୱରେ ଏଭଳି କିଛି ବିଶ୍ୱବିଦ୍ୟାଳୟ ଅଛି, ଯେଉଁଠି ପାଠପଢ଼ା ସହିତ ବ୍ୟକ୍ତିଗତ ଦକ୍ଷତା ହାସଲ ଏବଂ ସାଧାରଣ ଜୀବନରେ ଲାଗୁଥିବା ସମସ୍ତ ବିଷୟରେ ଶିକ୍ଷା ଦିଆଯାଇଥାଏ।

ଚୀନର ତିୟାନଜିନ ବିଶ୍ୱବିଦ୍ୟାଳୟ ଏଭଳି ଏକ ବିଶ୍ୱବିଦ୍ୟାଳୟ ଯେଉଁଠି ଛାତ୍ରଙ୍କୁ ପାଠପଢ଼ା ସହିତ ରୋମାନ୍ସ ଶିକ୍ଷା ଦିଆଯାଇଥାଏ। ଏଥିପାଇଁ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନିଯୁକ୍ତ ଅଛନ୍ତି। ଛାତ୍ରମାନଙ୍କୁ କମ୍ପ୍ୟୁଟର ସାଇଡ୍ ସ୍ଲୋ ମାଧ୍ୟମରେ ଶିକ୍ଷା ଦେଇଥାନ୍ତି ପ୍ରଫେସର।

ବ୍ୟକ୍ତିଗତ ଦକ୍ଷତାକୁ କିପରି ଅଧିକ ହାସଲ କରିବ ଶିକ୍ଷା ଦିଆଯାଇଥାଏ। ଝିଅଙ୍କ ସହିତ କିପରି ବ୍ୟବହାର ଏବଂ ବାର୍ତ୍ତାଳାପ କରାଯିବ ଥିଓରି ଏବଂ ପ୍ରାକ୍ଟିକାଲ ମାଧ୍ୟମରେ ବୁଝାଇ ଦିଆଯାଇଥାଏ।

Comment