ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଓଡ଼ିଶାରେ କଂଗ୍ରେସ କିମ୍ବା ଅନ୍ୟ କାହାସହ ଆମର ମେଣ୍ଟ ହେବନି ବୋଲି ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ବିଜେପି, ବିଜେଡି ବିରୋଧରେ ଭୋଟ ଯିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। କଂଗ୍ରେସ ସହ କେବଳ ଦଇଟି ସ୍ଥାନରେ ପାରସ୍ପରିକ ବୁଝାମଣା ହୋଇଛି ବୋଲି ୟେଚୁରୀ କହିଛନ୍ତି।

ସୀତାରାମ ୟେଚୁରୀ କହିଛନ୍ତି, “ବଣାଇ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସିପିଏମ୍‌କୁ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ସିପିଏମ୍‌ କଂଗ୍ରେସକୁ ସମର୍ଥନ କରିବ।”

ଅନ୍ୟପକ୍ଷରେ ସଂସଦୀୟ କ୍ଷେତ୍ରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ସିପିଏମ୍‌ର ଲକ୍ଷ୍ୟ ଥିବା ବେଳ ବିଧାନସଭା କ୍ଷେତ୍ରରେ ବିଜେଡିକୁ ବିରୋଧରେ କିପରି ଭୋଟ ଯିବ ତାହାକୁ ଦୃଷ୍ଟିରେ ରଖାଯାଇଛି ବୋଲି ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ ସୂଚନା ଦେଇଛନ୍ତି।

Comment