ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା। ଏବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ୧ହଜାର ୯୧ଟି ସେଣ୍ଟରରେ ପରୀକ୍ଷା ହେବ।

ଚଳିତବର୍ଷ ପ୍ରଶ୍ନପତ୍ର ଲିକ୍‌କୁ ନଜରରେ ରଖି ଦୃଢ଼ ନିୟମ ଅବଲମ୍ବନ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୁତୟନ କରାଯିବ। ପ୍ରତିଦିନ ଗାଡ଼ିରେ ପ୍ରଶ୍ନପତ୍ର ପଠାଯିବ। ପୋଲିସ୍‌ ଛାଉଣିରେ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବସ୍ଥା କରାଯାଇଛି। ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷାରେ କଡ଼ା ନିୟମ କରାଯାଇଛି। ହାତଘଣ୍ଟା ଓ ମୋବାଇଲ ଆଦିକୁ ବ୍ୟାନ୍‌ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ରାଜ୍ୟ ସମସ୍ତ ଜୁନିଅର କଲେଜକୁ ସିସିଟିଭି ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏଥର ଯୁକ୍ତ ୨ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଏଥର ଉଭୟ କେନ୍ଦ୍ରୀୟ ଓ ଜୋନ୍‌ସ୍ତରୀୟ ସ୍କ୍ୱାଡ୍‌ରେ ଅଧ୍ୟାପକମାନଙ୍କୁ ସାମିଲ କରାଯିବାକୁ ପରିଷଦ ନିଷ୍ପତ୍ତି ନେଇଛି।

Comment