ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆଜିଠୁ ଯୁକ୍ତଦୁଇ କଳା, ବିଜ୍ଞ।ନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ପରୀକ୍ଷାର୍ଥୀଙ୍କୁ ମୋବାଇଲ, ହାତଘଣ୍ଟା ଓ କପି ନ ଆଣିବା ସହ ଶାନ୍ତି ଶୃଙ୍ଖଳାରେ ଯେମିତି ପରୀକ୍ଷା ଦେବେ ସେ ବିଷୟରେ ଧ୍ୟାନ ଦିଆଯାଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହୋଇଥିଲା।

ପରୀକ୍ଷାରେ କପି ରୋକିବା ପାଇଁ ନବରଙ୍ଗପୁର ମହାବିଦ୍ୟାଳୟରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ମହାବିଦ୍ୟାଳୟର ୧୨ଟି ପରୀକ୍ଷା ହଲରେ ସମୁଦାୟ ୨୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଚଳିତ ବର୍ଷ ନବରଙ୍ଗପୁର ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ  ମୋଟ ୧୨୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥି ମଧ୍ୟରୁ ରେଗୁଲାର ଏବଂ ଏକ୍ସ – ରେଗୁଲାର ପରୀକ୍ଷାର୍ଥୀ ମିଶି ଯୁକ୍ତଦୁଇ କଳାରେ ୬୨୨, ବିଜ୍ଞାନରେ ୫୫୩ ଓ ବାଣିଜ୍ୟରେ ୧୧୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ନବରଙ୍ଗପୁର ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ନବରଙ୍ଗପୁରର ବିକାଶ ମହାବିଦ୍ୟାଳୟ, ବିଦ୍ୟାର୍ଥୀ ମହାବିଦ୍ୟାଳୟ, ଗୁରୁକୂଳ ମହାବିଦ୍ୟାଳୟ ଏବଂ ଉତ୍କଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Comment