ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ବିକାନେର ଅଞ୍ଚଳରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ବିମାନର ପାଇଲଟ୍‌ ସୁରକ୍ଷିତ ଥିବା ସୂଚନା ମିଳିଛି। ଦୁର୍ଘଟଣା ପୂର୍ବରୁ ବିମାନର ପାଇଲଟ୍‌ ନିଜକୁ ଇଜେକ୍ଟ କରିବାରେ ସଫଳ ହୋଇଥିଲେ।

ମିଗ୍‌-୨୧ ବିମାନ ନିଜର ନିୟମିତ ରୁଟିନ୍‌ରେ ଯାଉଥିବା ବେଳେ ପକ୍ଷୀର ଧକ୍କା ଯୋଗୁଁ ମଝି ଆକାଶରୁ ବିମାନଟି ତଳକୁ ଖସିବା ଆରମ୍ଭ କରିଥିଲା। ତେବେ ବିମାନ କ୍ରାସ୍‌ ହେବା ପୂର୍ବରୁ ପାଇଲଟ୍‌ ଜଣଙ୍କ ଏହା ମଧ୍ୟରୁ ବାହାରିବା ପାଇଁ ସକ୍ଷମ ହୋଇଥିଲେ କିନ୍ତୁ ଏଯାଏ ପାଇଲଟ୍‌ଙ୍କ ପତ୍ତା ମିଳିନାହିଁ।

Comment