ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ ଥିଲା। ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ଇତିହାସ ଓ ଭୂଗୋଳ ବିଷୟରେ ପରୀକ୍ଷା ଦେଉଛନ୍ତି। ମାତ୍ର ପରୀକ୍ଷା ମଝିରେ ପ୍ରଶ୍ନପତ୍ର ଭାଇରାଲର ଅଭିଯୋଗ ଆସୁଛି।

ପିଲାମାନେ ପରୀକ୍ଷା ଦେଉଥିବା ବେଳେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ବିଭିନ୍ନ ମୋବାଇଲ ରେ ଭାଇରାଲ ହେଉଥିବା ଅଭିଯୋଗ ଆସିଛି। ବଲାଙ୍ଗିର ଦେଓଗାଁ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି ପ୍ରଶ୍ନପତ୍ର।

ଭାଇରାଲ ନେଇ ବୋର୍ଡ ସଭାପତି ଜାହାନା ଆରା ବେଗମ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଭାଇରାଲ ନେଇ ଖବର ପହଞ୍ଚିଛି,ଅନୁଧ୍ୟାନ କରୁଛୁ। ମୂଳ ପ୍ରଶ୍ନପତ୍ର ସହ ଭାଇରାଲ ପ୍ରଶ୍ନପତ୍ର ମିଳାଇବା ପରେ ପ୍ରକୃତ କଥା ଜଣାପଡ଼ିବ।”

ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ଦିନବି ପ୍ରଶ୍ନପତ୍ର ଭାଇରାଲ ଖବର ଆସିଥିଲା ଆଉ ଏବେ ଶେଷ ଦିନରେ ବି ଭାଇରାଲ ଅଭିଯୋଗ ଆସୁଛି। ଏ ନେଇ ବୋର୍ଡ ପକ୍ଷରୁ କିଛିଟା କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। ବିଭିନ୍ନ ଜିଲ୍ଲାରୁ ୧୮ଜଣଙ୍କୁ ଗିରଫ କରାଯିବା ସହ ଅନେକ ଶିକ୍ଷକଙ୍କୁ ନିଲମ୍ବନ ବି କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ପରୀକ୍ଷା ପୂର୍ବରୁ ଏତେ ପ୍ରସ୍ତୁତି ପରେ ବି କାହିଁକି ଏଭଳି ଅଭିଯୋଗ ଆସୁଛି ଏବଂ ଭୂଲ ରହୁଛି କେଉଁଠି?

Comment