ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୨୫ରୁ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏପ୍ରିଲ୍‌ ୫ ସୁଦ୍ଧା ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ କରିଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର କରାଯାଇଥିବା ବେଳେ ମାଟ୍ରିକ୍ ପାଇଁ ୫୦ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ପାଇଁ ୧୦ଟି ମୂଲ୍ୟାୟନ କେନ୍ଦ୍ର ଚୟନ ହୋଇଛି। ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି।

ଚଳିତବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ୨୯୫୩ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।

Comment