ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପିରେ ମିଶିଲେ ଭୁବନେଶ୍ୱର ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି ବାବୁ ସିଂହ।

ବିଜେପିରେ ଯୋଗ ଦେଲେ ଭୁବନେଶ୍ୱର ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି ବାବୁ ସିଂହ। ଭୁବନେଶ୍ୱର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ମିଳନୀରେ ପଦ୍ମ ଧରିଛନ୍ତି ବାବୁ ସିଂହ। ଗତ ଶନିବାର ବାବୁ ସିଂହ ବିଜେଡି ଛାଡ଼ିବା ସହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅପରାଜିତ ଷଡ଼ଙ୍ଗୀଙ୍କ ଭଳି ପ୍ରମୁଖ ନେତାଙ୍କ ଉପସ୍ଥିତିରେ ଯୁବ ନେତା ବାବୁ ସିଂହ ପଦ୍ମ ଧରିଛନ୍ତି।

ବାବୁ ସିଂହ ଥିଲେ ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେଡିର ଆଶାୟୀ ପ୍ରାର୍ଥୀ। ତେବେ ବିଜେଡି ଦଳ ତାଙ୍କୁ ହତାଦାର କରୁଥିବା କହି ଗତ ଶନିବାର ସେ ବିଜେଡି ଛାଡ଼ିଥିଲେ।

Comment