ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିକଟରେ ବଲିଉଡ ଆକ୍ସନ ଷ୍ଟାର ସନ୍ନି ଦେଓଲ ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ବଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ଦିଲେର ମେହନ୍ଦି ବିଜେପିରେ ଯୋଗ ଦେଇଛନ୍ତି।

ରାଜଧାନୀ ଦିଲ୍ଲୀରେ ଆୟୋଜିତ ମିଶ୍ରଣ ପର୍ବରେ ଦିଲେର ମେହନ୍ଦି ପଦ୍ମ ଧରିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଏବଂ ବଲଇଉହ ସିଙ୍ଗର ତଥା ଦିଲ୍ଲୀ ବିଜେପି ପ୍ରାର୍ଥୀ ହନ୍ସରାଜଙ୍କ ଉପସ୍ଥିତିରେ ମେହନ୍ଦି ବିଜେପିରେ ସାମିଲ ହୋଇଛନ୍ତି।

୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଦିଲେର ମେହେନ୍ଦି କଂଗ୍ରେସରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ କଂଗ୍ରେସ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ତେବେ ଚଳିତ ନର୍ବାଚନରେ ଦିଲେର ମେହେନ୍ଦି ନିର୍ବାଚନ ଲଢ଼ିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Comment