ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଲୋକ ପ୍ରିୟ ଗାୟକ, ମ୍ୟୁଜିକ କମ୍ପୋଜର ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କର ପରଲୋକ ହୋଇଛି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି। ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ। ସୁନା ପ୍ରତି ତାଙ୍କର ରହିଥିବା ଆକର୍ଷଣ ଯୋଗୁଁ ବାପି ଲାହିରୀଙ୍କୁ ବଲିଉଡର ଗୋଲଡେନ ମ୍ୟାନ ମଧ୍ୟ କୁହାଯାଉଥିଲା।

‘ଚଲ୍‌ତେ ଚଲ୍‌ତେ’, ‘ଡିସ୍କୋ ଡ୍ୟାନ୍ସର’ ଏବଂ ‘ସରାବୀ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସଂଗୀତ ନିର୍ଦ୍ଦେଶନା ଦେବା ସହ ସେ ନିଜେ ଗୀତ ମଧ୍ୟ ଗାଉଥିଲେ। ବଲିଉଡ ସଂଗୀତ ଜଗତରେ ଏକ ନୂଆ ଧାରା ଆରମ୍ଭ କରିଥିଲେ ବାପି ଲାହିରୀ। ୮୦ ଏବଂ ୯୦ ଦଶକରେ ଅନେକ ବ୍ଲକ ବ୍ଲଷ୍ଟର ଗୀତ ସଂଗୀତ ଜଗତକୁ ଦେଇ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବାପି ଲାହିରୀ। ବଲିଉଡରେ ଡିସ୍କୋ ଟ୍ରେଣ୍ଡ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

ବାପି ଲାହିରୀଙ୍କ ବିୟୋଗ ସଂଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ବହୁ ବିଶିଷ୍ଟ ବ୍ୟକ୍ତି ବାପି ଲାହିରିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜିଳୀ ଜ୍ଞାପନ କରିଛନ୍ତି। ୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରୁ ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ଏକ ସୋ’ରେ ଗତ ବର୍ଷ ବାପି ଲାହିରୀ କହିଥିଲେ ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢତିକା ନାମ ଦାଢ଼ି’ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବ‌େ ବଲିଉଡରେ ପ୍ରବେଶ କରିଥିଲେ। ବାପି ଲାହିରୀ ଉଦୟ ଶଙ୍କର ପାଣିଙ୍କ ଓଡ଼ିଆ-ବଙ୍ଗଳା ଦ୍ଵିଭାଷୀ ଚଳଚ୍ଚିତ୍ର ‘ମିଛ ମାୟା ସଂସାର’ରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

Comment