ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ଶୁକ୍ରବାର  ଭୁବନେଶ୍ୱର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରବି ମଲ୍ଲିକ।

୨୦୦୯ରେ ରବି ମଲ୍ଲିକ କାକଟପୁର ଆସନରୁ ବିଜେଡି ଟିକେଟ୍‌ ପାଇ ନିର୍ବାଚନ ଲଢ଼ିଥିଲେ। ମୁକାବିଲାରେ ନିଜ ପ୍ରତିଦ୍ୱନ୍ଦି ବିଶ୍ୱ ଭୂଷଣ ଦାସଙ୍କୁ ୧୫,୨୨୧ ଭୋଟ୍‌ ବ୍ୟବଧାନରେ ରବି ମଲ୍ଲିକ ଜିତିଥିଲେ।

ତାଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରି ଶ୍ରୀ ମଲ୍ଲୀକ ଶୁକ୍ରବାର ସକାଳେ ବିଜେଡିରରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ସହ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ।

Comment