ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଶାଳ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବାବୁ ସିଂ। ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସର ଶୁଭେନ୍ଦୁ କୁମାର ସାହୁଙ୍କ ପାଖରେ ଦୁଇ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବାବୁ ସିଂ। ବାବୁ ସିଂଙ୍କ ରାଲିରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ସାମିଲ ହୋଇଥିଲେ।

ବାବୁ ସିଂ କହିଛନ୍ତି, ‘‘ରାମଙ୍କ ପାଖରେ ପହଞ୍ଚିବା ପାଇଁ ବିଭୀଷଣକୁ ବି ଦୀର୍ଘ ଦିନ ଧରି ରାବଣ ପାଖେ ରହିବାକୁ ପଡିଥିଲା। ୧୯ ବର୍ଷ ଧରି ଓଡ଼ିଶାରେ ଅରାଜକତା ଚଳାଉଥିବା ବିଜେଡି ସରକାରର ଅନ୍ତ ଘଟିବ। ଚଳିତ ଥର କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଗଠନ କରିବେ ଓ ବହୁମତରେ ବିଜୟୀ ହେବେ।’’

ବାବୁ ସିଂ ନିକଟରେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବାବୁ ସିଂ ଭୁବନେଶ୍ୱର ଏକାମ୍ର ବିଧାନସଭାରୁ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ଦଳ ତାଙ୍କୁ ହତାଦର କରୁଥିବା କହି ସେ ଦଳ ଛାଡିଥିଲେ।

ବିଜେପିରେ ଯୋଗ ଦେବା ପରେ ଦଳ ତାଙ୍କୁ ଭୁବନେଶ୍ୱର ଏକାମ୍ର ପାଇଁ ପ୍ରାର୍ଥୀ କରିଛି ବିଜେପିା

Comment