ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ ଏକ ଏଟିଏମରେ ମହିଳାଙ୍କଠାରୁ ଲୁଟ୍ ପରେ ପୁଣି ଟଙ୍କା ଫେରାଇ ଦେବା ଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ କିଛି ଲୋକ ଲୁଟେରାକୁ ପ୍ରଶଂସା ମଧ୍ୟ କରିଛନ୍ତି।

ଏହି ମାମଲାଟି ଚୀନର ହେୟୁଆନରେ ଘଟିଛି।  ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ଏକ ଏଟିଏମରୁ ଟଙ୍କା ଉଠାଉଛନ୍ତି। ସେହି ସମୟରେ ଏକ ଚୋର ଆସି ଛୁରୀ ଦେଖାଇ ମହିଳା  ଉଠାଇଥିବା ସମସ୍ତ ଟଙ୍କାକୁ ନେଇ ଯାଉଛି।

ଏହା ପରେ ଚୋର ଜଣକ ମହିଳାଙ୍କୁ ଏଟିଏମରୁ ଆଉ ଟଙ୍କା ବାହାର କରିବାକୁ କହୁଛି। ହେଲେ ମହିଳାଙ୍କ ଆକାଉଣ୍ଟରେ ଜିରୋ ବାଲାନ୍ସ ଦେଖି ଚୋର ଜଣକ ସମସ୍ତ ଟଙ୍କା ଫେରାଇ ଦେଉଛି  ଏବଂ ହସିକରି ସେଠାରୁ ଚାଲି ଯାଉଛି।  ତେବେ ଚୋରର ଏପରି କାର୍ଯ୍ୟ ଲୋକଙ୍କ ମନ ଜିଣିନେଇଛି। ଚୋର ମାନବିକତା ଦେଖାଇଥିଲେ ମଧ୍ୟ ଲୁଟ୍ ମାମଲାରେ ପୋଲିସ ତାକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here