ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ନିୟମଗିରିର କିଛି ସ୍ଥାନରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ମାଓବାଦୀ ପୋଷ୍ଟର ମାଧ୍ୟମରେ ମାଓ ନେତା ତଥା ନିୟମଗିରି ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ଲିଙ୍ଗରାଜ ଆଜାଦଙ୍କ ଗିରଫକୁ ବିରୋଧ କରିଛନ୍ତି।

ନିୟମଗିରିର ୪ଟି ସ୍ଥାନରେ ଏହି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ସପିଆଇ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଲଗାଯାଇଥିବା ବ୍ୟାନରରେ ଲେଖାଯାଇଛି। ମାଓ ନେତା ଲିଙ୍ଗରାଜ ଆଜାଦଙ୍କ ଗିରଫ୍‌ କରି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ରାୟଗଡ଼ା ଜିଲ୍ଲାର ବେଦାନ୍ତ ଆଲୁମିନା ରିଫାଇନାରୀ ଆଗରେ ବିକ୍ଷୋଭର ନେତୃତ୍ୱ ନେବା ଅଭିଯୋଗରେ ପୋଲିସ ଲିଙ୍ଗରାଜ ଆଜାଦଙ୍କୁ ଗିରଫ କରିଥିଲା। ପୋଲିସ ଗତ ମାର୍ଚ୍ଚ ୬ ତାରିଖରେ କଳାହାଣ୍ଡି ଜିଲ୍ଲାରୁ ଲିଙ୍ଗରାଜଙ୍କୁ ଗିରଫ କରିଥିଲା। ତେବେ ଏହାକୁ ବିରୋଧ କରି ଆଜି ନିୟମଗିରିରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର।

Comment