ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟର ଗୌତମ ଗମ୍ଭୀରଙ୍କ ସହିତ ୪ ଜଣ କ୍ରିଡ଼ାବୀତ୍‌ଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର। କ୍ରୀଡ଼ା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟପତି ରାମନରଥ କୋବିନ୍ଦ ୪ ଜଣ କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ଶନିବାର ରାଷ୍ଟ୍ରପତି ଭବନରେ ଅୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର, ଭାରତୀୟ ଫୁଟବଲ ଷ୍ଟାର୍‌ ସୁନୀଲ ଛେତ୍ରୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ସେହିପରି ତୀରନ୍ଦାଜ ବୋମବାୟାଲ ଦେବୀ ଓ ବାସ୍କେଟ୍‌ ବଲ୍‌ ଖେଳାଳି ପ୍ରଶାନ୍ତି ସିଂହଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟପତି ଏମାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

ଏନେଇ କ୍ରିକେଟର ଗୌତମ ଗମ୍ଭୀର ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ବେଳର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଅବସରରେ କ୍ରିକେଟ ଜଗତର ମାନ୍ୟଗନ୍ୟ ବ୍ୟକ୍ତି ଗମ୍ଭୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment