ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପୂର୍ବତନ କ୍ରିକେଟର ତଥା ବିଜେପିର ଲୋକସଭା ସାଂସଦ ଗୌତମ ଗମ୍ଭୀର ଏବେ ନିଖୋଜ ଅଛନ୍ତି। ଏଭଳି ଏକ ପୋଷ୍ଟର ଦେଖିବାକୁ ମିଳିଛି ଦିଲ୍ଲୀର ଆଇଟିଓ ଅଞ୍ଚଳରେ। ଏବେ ଏହି ପୋଷ୍ଟର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଆଇଟିଓ ଅଞ୍ଚଳରେ ଥିବା କିଛି ଗଛରେ ଏହି ପୋଷ୍ଟର ଲଗାଯାଇଛି। ଗଛରେ ଲଗାଯାଇଥିବା ପୋଷ୍ଟରରେ ଲେଖାଅଛି କି, ଆପଣ ଗୌତମ ଗମ୍ଭୀରଙ୍କୁ କେଉଁଠି ଦେଖିଛନ୍ତି କି? ଶେଷ ଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବାରୁ ଦେଖାଯାଇଥିଲା। ଲେବେଠାରୁ ସେ ନିଖୋଜ ଅଛନ୍ତି।

ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢୁଥିବା ଦେଖି ଆଲୋଚନା ପାଇଁ ଏକ ବୈଠକର ଆୟୋଜନ କରାଯାଇଥିଲା। ହେଲେ ଗୌତମ ଗମ୍ଭୀର ବୈଠକରେ ଉପସ୍ଥିତ ନରହି ଇନ୍ଦୋରରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ କମେଣ୍ଟ୍ରି କରୁଥିବାର ନଜର ଆସିଥିଲେ। ଏହାକୁ ନେଇ ବିରୋଧୀ ଦଳ ଅଭିଯୋଗ କରିଥିଲା।

Comment