ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟ ପଡ଼ିଆ ମଧ୍ୟରେ ଅନେକ ଥର ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଓ ପାକିସ୍ତାନ ଖେଳାଳି ସାହିଦ ଆଫ୍ରିଦି। ହେଲେ ଏଥର ପଡ଼ିଆ ନୁହେଁ ଟୁଇଟରରେ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଖେଳାଳି।

ଜମ୍ମୁ କଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ନେଇ ଟୁଇଟରରେ କଳି କରିଛନ୍ତି ଏହି ଦୁଇ ଖେଳାଳି। ପ୍ରଥମେ ଆଫ୍ରିଦି ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଥିଲେ, “କଶ୍ମୀରବାସୀଙ୍କ ଉପରେ ଭାରତ ଅତ୍ୟାଚାର କରୁଛି। ମିଳିତ ଜାତିସଂଘ ଏଥିରେ ହସ୍ତକ୍ଷେପ କରିବା ଉଚିତ୍। ମୁଁ ଜାଣି ପାରୁନାହିଁ ଜାତିସଂଘ କାହିଁକି ଶୋଇ ରହିଛି।”

ଏହାର ପାଲଟା ଜବାବରେ ଗମ୍ଭୀର ଲେଖିଛନ୍ତି, “ଆଫ୍ରିଦି ତୁମେ ପୁରା ଠିକ୍ କହିଛ। ସେଠାରେ ଏକପାଖିଆ ଆକ୍ରମଣ ହେଉଛି। ସେଠାରେ ମାନବିକତାକୁ ହତ୍ୟା କରାଯାଉଛି। ତୁମେ ଏକଥା ପଦାକୁ ଆଣିଥିବାରୁ ତୁମକୁ ଧନ୍ୟବାଦ। ହେଲେ ଗୋଟିଏ କଥା ତୁମେ ଭୁଲି ଯାଉଛ ଏସବୁ କଥା ପାକ ଅଧିକୃତ କଶ୍ମୀରରେ ହେଉଛି। ବ୍ୟସ୍ତ ହୁଅନି ଆମେ ଏସବୁ ଶୀଘ୍ର ଠିକ୍ କରିଦେବୁ।“

ଏହି ଦୁଇ ଖେଳାଳି ପଡ଼ିଆ ମଧ୍ୟରେ ଅନେକ ସମୟରେ ପରସ୍ପରକୁ ସମାଲୋଚନା କରିଥିବାର ଦେକିବାକୁ ମିଳିଛି। ବର୍ତ୍ତମାନ କ୍ରିକେଟର ଦୁଇଜଣ ଅବସର ନେଇ ସାରିଛନ୍ତି।

Comment