ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଆକ୍ରମଣ। ବିରୋଧି ଦଳର ଦୁଇ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ସାଂସଦ ସଙ୍ଗୀତା ସିଂହଦେଓ। ସାଂସଦ ଜ୍ୟୋତିମଣି ଓ ରାମ୍ୟାଲକ୍ଷ୍ମୀ ତାଙ୍କୁ ସଂସଦରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।

“ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ସ୍ମୃତି ଇରାନୀ ମତେ ରକ୍ଷା କରି ନଥିଲେ ମୁଁ ପଡ଼ିଯାଇଥାନ୍ତି। ଦୁଇ ବିରୋଧି ଦଳର ସାଂସଦ ମୋତେ ଆଞ୍ଚୁଡ଼ିବା ସହ କହୁଣୀରେ ମୋ ଛାତିକୁ ମାରିଥିଲେ। ଆକ୍ରମଣ ପରେ ମୁଁ ସଂସଦ ମେଡିକାଲ ଯାଇ ଚିକିତ୍ସିତ ହୋଇଛି। ମେଡିକାଲ ରିପୋର୍ଟ ସହ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛି”, ଆକ୍ରମଣ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂହଦେଓ।

ଦିଲ୍ଲୀ ହିଂସାକୁ ନେଇ ବିରୋଧ ଦଳର ସାଂସଦ ଲଗାତାର ସଂସଦରେ ହଟ୍ଟଗୋଳ କରୁଥିଲେ। ବିରୋଧି ସାଂସଦ ବାଚସ୍ପତିଙ୍କୁ ଗୃହ କାର୍ଯ୍ୟ କରାଇ ଦେଇନଥିଲେ। ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି ପାଟିତୁଣ୍ଡ କରୁଥିଲେ। ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବାଧା ଦେଉଥିଲେ। ଏହାର ବିରୋଧ କରିବାରୁ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ବିରୋଧି ଦଳ ଦୁଇ ସାଂସଦ ଆକ୍ରମଣ କରିଥିଲେ। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସଙ୍ଗୀତା ସିଂହଦେଓ।

Comment