ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ

ନିର୍ବାଚନ ନେଇ ଯେବେଠୁ ତାରିଖ ଘୋଷଣା ହୋଇଛି ସେବେଠୁ ପ୍ରାୟ ପ୍ରତିଦିନି ରାଜ୍ୟ ରାଜନୀତିରେ କିଛିନାକିଛି ଘଟୁଛି। ଏହାରି ଭିତରେ ସବୁଠୁ ଅଧିକ ପରିବର୍ତ୍ତନ ଦେଖାଦେଉଛି ଶାସକ ବିଜୁ ଜନତା ଦଳରେ। ପ୍ରତିଦିନ ଦଳରେ ମିଶ୍ରଣ ପର୍ବ ହେଉଛି।

ଏହାରି ଭିତରେ କିଛି ନେତା ଦଳ ଛାଡ଼ୁଛନ୍ତି। ସୋମବାର ଗୁଣୁପୁରର ବିଧାୟକ ତ୍ରିନାଥ ଗମାଙ୍ଗ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।

ତ୍ରିନାଥ ଦଳ ଛାଡ଼ିବାର କାରଣ କହିଛନ୍ତି ଯେ ତାଙ୍କୁ ଅଣଦେଖା କରାଯାଇଛି। ଯାହାପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି।

କେଉଁ ଦଳରୁ ଆଗାମୀ ନିର୍ବାଚନ ଲଢ଼ିବେ ସେ ନେଇ ସେ କହିଛନ୍ତି, “ମୁଁ ନିର୍ବାଚନ ଲଢ଼ିବି। କିନ୍ତୁ କେଉଁ ଦଳରୁ ଲଢ଼ିବା ତାହା ନିଷ୍ପତ୍ତି ନେଇନାହିଁ। ସ୍ୱାଧୀନ ଭାବେ ହେଲେ ବି ମୁଁ ନିର୍ବାଚନ ଲଢିବି।”

୨୦୦୯ରେ ତ୍ରିନାଥ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ଏବଂ ନିର୍ବାଚନ ବି ଲଢିଲେ। ତେବେ ସେ ଏବେ ଦଳରୁ ଇସ୍ତଫା ଦେବାପରେ ସେ କେଉଁ ଦଳରୁ ନିର୍ବାଚନ ଲଢିବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି।

Comment