ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର ହେଲେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ଦଳୀୟ କର୍ମୀ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ମଙ୍ଗଳବାର ବିଜୁ ଜନତା ଦଳରୁ ଦୁଇଜଣ କର୍ମୀଙ୍କୁ ବହିଷ୍କାର କରାଯାଇଛି। ସେମାନେ ହେଲେ ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପ୍ରସନ୍ନ ବରାଳ। ମଙ୍ଗଳବାର ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି।

ସୋମବାର ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ କୃଷ୍ଣଚନ୍ଦ୍ର ରାୟ ନିଜ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ଓ ନେତାଙ୍କୁ ନେଇ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ରହ୍ମଗିରି ଆସନରୁ ସଞ୍ଜୟ ଦାସବର୍ମାଙ୍କୁ ହଟାଇବା ଦାବିରେ କୃଷ୍ଣଚନ୍ଦ୍ର ବିକ୍ଷୋଭ କରିଥିଲେ।

କୃଷ୍ଣଚନ୍ଦ୍ର ରାୟ ଓ ପ୍ରସନ୍ନ ବରାଳଙ୍କ ଏଭଳି ଦଳ ବିରୋଧୀ ନୀତି ପାଇଁ ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରାଯାଇଛି ବୋଲି ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Comment