ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗୋଟିଏ ପଟେ ପ୍ରାର୍ଥିପତ୍ର ଦାଖଲ ସମୟ ଅତିବାହିତ ହୋଇ ଆସୁଥିବା ବେଳେ ବର୍ତ୍ତମାନ ସମୟର ସବୁଠାରୁ ଅଧିକ ଗୁରୁତ୍ୱ ରଖୁଥିବା ଦୁଇ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ ନେଇ ଅନିଶ୍ଚିତତା ଲାଗିରହିଛି।

ଚାରି ଦିନ ତଳେ ଦିଲ୍ଲୀପ ରାୟ ଯେତେବେଳେ ନବୀନ ନିବାସରେ ପହଞ୍ଚିଲେ ତାଙ୍କ ସାକ୍ଷାତକୁ ନେଇ ବହୁ ରକମର ଚର୍ଚ୍ଚା ଆରମ୍ଭ ହୋଇଥିଲା। ଚାରି ଦିନ ପରେ ବି ସେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ କି  ନାହିଁ ସେନେଇ କୌଣସି ସ୍ପଷ୍ଟ ସଂକେତ ମିଳୁନାହିଁ।

ଖବର ଆସୁଛି ଯେ ଦିଲ୍ଲୀପଙ୍କ କେତୋଟି ସର୍ତ୍ତକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏଥି ମଧ୍ୟରୁ ଗୋଟିଏ ସର୍ତ୍ତ ଥିଲା ବିଜୟ ମହାପାତ୍ରଙ୍କୁ ବି ବିଜେଡିରେ ନିଆଯିବା। ନବୀନ ପଟ୍ଟନାୟକ କିନ୍ତୁ ଏହି ସର୍ତ୍ତରେ ରାଜି ନଥିଲେ। ହୁଏତ ଏଥିପାଇଁ ଉଭୟ ଦିଲ୍ଲୀପ ଓ ନବୀନଙ୍କ ଭିତରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

କଥାବାର୍ତ୍ତା ଅଟକିବାର ଅନ୍ୟ ଏକ କାରଣ ଦିଲ୍ଲୀପଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଲଢ଼ିବାକୁ ପ୍ରସ୍ତାବ ଦିଆଗଲା। କିନ୍ତୁ ଦିଲ୍ଲୀପ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଚାହିଁଲେ। ଠିକ୍ ସେହି ଦିନ ହିଁ ସାରଦା ନାୟକଙ୍କୁ ରାଉରକେଲା ବିଧାନସଭା ଆସନ ପାଇଁ ଟିକେଟ ଦିଆ ସରିଛି।

ଏଣେ ଆଉ ଗୋଟିଏ ଖବର ଆସୁଛି ଯେ ବିଜେଡିରେ ଯୋଗ ଦେବା ନେଇ ଅନୁକୂଳ ପରିସ୍ଥିତି ନଥିବା କାରଣରୁ ଦିଲ୍ଲୀପ ଦିଲ୍ଲୀ ଗସ୍ତରେ ଆସି ବିଜେପିର ତୁଙ୍ଗ ନେତାମାନଙ୍କୁ ଭେଟିଛନ୍ତି। ଅର୍ଥାତ ସେ ଓ ବିଜୟ ମହାପାତ୍ର ବିଜେପିରେ ତିଷ୍ଠି ରହିବାର ସମ୍ଭାବନା ବି ବଢ଼ିଯାଇଛି।

Comment