ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ାରେ କଂଗ୍ରେସ ପକ୍ଷରୁ ପ୍ରଥମକରି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ଘାସିରାମ ମାଝି। ଘାସିରାମ ଆଜି ହଜାର ହଜାର କଂଗ୍ରେସ ସମର୍ଥକ ସହିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପୂର୍ବରୁ ପ୍ରାର୍ଥୀ ଘାସିରାମ ମାଝି କଂଗ୍ରେସ ପକ୍ଷରୁ ଦୁଇଥର ଦଳୀୟ ଟିକେଟ ନେଇଥିଲେ। ହେଲେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। କିନ୍ତୁ ଏଥର ଜନସାଧାରଣଙ୍କ ସମର୍ଥନ ରହିଥିବାରୁ କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି ସମର୍ଥକମାନେ ପ୍ରକାଶ କରିଛନ୍ତି।

ଆଜି ପ୍ରାର୍ଥିପତ୍ର ଦାଖଲ ପରେ ଘାସିରାମ ବିଜେଡିକୁ ଟାର୍ଗେଟ କରିଛନ୍ତି। ନିର୍ବାଚନରେ ଜୋରଦାର ଲଢ଼େଇ ହେବ ଏବଂ କଂଗ୍ରେସ ବିଜୟ ହାସଲ କରିବ ବୋଲି ସେ କହିଛନ୍ତି।

ଚାଷୀଙ୍କୁ ଧାନର ସହାୟକ ମୁଲ୍ୟ ବା ଏମ୍‌ଏସ୍‌ପି ୨୬୦୦କୁ ବୃଦ୍ଧି, ପେନସନ ୫୦୦ରୁ ୧୦୦୦ କୁ ବୃଦ୍ଧି, ଚାଷୀଙ୍କ ଋଣ ଛାଡ଼, ଏସଏଚଜି ଗ୍ରୁପର ଲୋନ ଛାଡ଼, ପ୍ରଥମରୁ ବିଏ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ଚାଷୀମାନଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Comment