ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଦିନକ ପରେ ଦେଖାଦେଇଛି ଅସନ୍ତୋଷ। ଦଳ ଦେଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଜଣକ ପରେ ଜଣେ ନେତା ବିଜେଡିରୁ ଇସ୍ତଫା ଦେଉଛନ୍ତି।

ବିଜେଡି ଛାଡ଼ିଲେ ପ୍ରତ୍ୟୁଷା ରାଜେଶ୍ୱରୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ନିଜ ଇସ୍ତଫାପତ୍ର। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଲେ ପ୍ରତ୍ୟୁଷା।

ବିକ୍ରମ ଆରୁଖ ଓ ଅରୁଣ ସାହୁଙ୍କ ବିରୋଧରେ ଆଣିଲେ ଅଭିଯୋଗ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହୁଛନ୍ତି କିନ୍ତୁ ତାଙ୍କୁ ଟିକେଟ୍‌ ମିଳିଲାନି।

କନ୍ଧମାଳ ସାଂସଦ ଥିଲେ ପ୍ରତ୍ୟୁଷା ରାଜେଶ୍ୱରୀ। କନ୍ଧମାଳ ଆସନରୁ ବିଜେଡି ଏଥର ପ୍ରତ୍ୟୁଷାଙ୍କ ବଦଳରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଛି। ପୂର୍ବରୁ ପ୍ରତ୍ୟୁଷା କେଉଁଠୁ ଲଢ଼ିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଜଣକ ପରେ ଜଣେ ନେତା ଦଳ ଛାଡୁ ଥିବାରୁ ବିଜେଡି ପାଇଁ ଚିନ୍ତା ବଢ଼ିଛି। ଏହି ଅସନ୍ତୋଷ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

Comment