ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସବୁ ପ୍ରତିକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ବିଜେପିର ପ୍ରାର୍ଥୀ ତାଲିକା। ଇତି ସହ ଆଡଭାନି ଯୁଗର ଅବସାନ ଘଟିଛି। ଏଥର ନିର୍ବାଚନରେ ବରିଷ୍ଠ ବିଜେପି ନେତା ଲାଲ୍‌ କୃଷ୍ଣ ଆଡଭାନି ଲଢ଼ିବେ ନାହିଁ। ତାଙ୍କ ବଦଳରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମିଳିଛି ଆଡଭାନିଙ୍କ ଟିକେଟ୍‌। ଆସନ୍ତା ନିର୍ବାଚନରେ ଗୁଜୁରାଟର ଗାନ୍ଧିନଗର ଲୋକସଭା ଆସନରୁ ଅମିତ ଶାହ ଲଢ଼ିବେ।

ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଦେଶର ୧୮୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସିଇସିର ସାଧାରଣ ସମ୍ପାଦକ ଜେପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି। ଏହି ତାଲିକା ଅନୁଯାୟୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରଣାସୀରୁ ନିର୍ବାଚନ ଲଢ଼ିବେ।

ରାହୁଲ ଗାନ୍ଧିଙ୍କ ଘରୋଇ ଆସନ କୁହାଯାଉଥିବା ଉତ୍ତରପ୍ରଦେଶର ଅମେଠି ଆସନରୁ ଲଢ଼ିବେ ସ୍ମୃତି ଇରାନୀ। ସ୍ମୃତି ଅମେଠି ଆସନରୁ ରାହୁଲ ଗାନ୍ଧିଙ୍କୁ କଡ଼ା ଟକ୍କର ଦେବେ। ସେହିପରି ଲକ୍ଷ୍ନୌରୁ ରାଜନାଥ ସିଂହଙ୍କୁ ଟିକେଟ୍‌ ମିଳିଥିବା ବେଳେ ମଥୁରାରୁ ବିଜେଡିର ନାଆ ସମ୍ଭାଳିବେ ହେମାମାଳିନୀ।

Comment