ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଜି ବିଜେଡିର ଇସ୍ତାହାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡିର ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ସେନେଇ ଆଲୋଚନା ହୋଇଛି।

କମିଟି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି। କମିଟି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “କୃଷି, ଶ୍ରମିକ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ଆମ କର୍ତ୍ତବ୍ୟ। ତୃଣମୂଳ ଶ୍ରେଣୀର ଲୋକଙ୍କ ମତାମତ ଓ ତଥ୍ୟ ନେଉଛୁ। ଲୋକଙ୍କ ଭଲମନ୍ଦ ବୁଝିବୁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ କାଳିଆ ଯୋଜନାରେ ଫୁଲଷ୍ଟପ୍‌ ନାହିଁ କେବଳ କମା ଅଛି। ସରକାର ତିନି ବର୍ଷ ପରେ ଏହାକୁ ପରିବର୍ତ୍ତନ କରିପାରନ୍ତି। ଲୋକଙ୍କ ମତକୁ ଅଗ୍ରାଧିକାର ଦିଆଯିବ। ଅବାସ୍ତବ ପ୍ରତିଶ୍ରୁତି ବିଜେଡି ଦେଉନାହିଁ। ଜନସାଧାରଣଙ୍କ ମୁହଁରେ ହସ ଫୁଟାଇବା ଆମ ଲକ୍ଷ୍ୟ।

କମିଟି ପକ୍ଷରୁ କୁହାଯାଇଛି କି ଘରେ ଘରେ ଶଙ୍ଖ ମାଧ୍ୟମରେ ପ୍ରତିଟି ଘରକୁ ଯାଇ ମତାମତ ସଂଗ୍ରହ କରାଯିବ। ଏହାସହ ଲୋକଙ୍କ ଭଲମନ୍ଦ ଉପରେ ଗୁରୁତ୍ୱ ଦିଆଯିବ।

ଏହା ଥିଲା ପ୍ରଥମ ବୈଠକ। ଏହାପରେ ଏକାଧିକ ବୈଠକ ହେବ ଓ ଖୁବ୍‌ଶୀଘ୍ର ଜଣାଇ ଦିଆଯିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Comment