ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଆସନ୍ତା ୨୩ତାରିଖରେ କଂଗ୍ରେସରେ ସାମିଲ ହେବେ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପ୍ରତ୍ୟୁଷା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାର ଦିନକ ପରେ ସେ କଂଗ୍ରେସରେ ସାମିଲ ହେବା ନେଇ ଖବର ସ୍ପଷ୍ଟ ହୋଇଛି।

ଆସନ୍ତା ୨୩ରେ ନୟାଗଡ଼ରେ ହେବାକୁଥିବା ସମାବେଶରେ ବିଧିବଦ୍ଧ ଭାବେ ପ୍ରତ୍ୟୁଷା କଂଗ୍ରେସରେ ସାମିଲ ହେବେ।

ପ୍ରତ୍ୟୁଷା କନ୍ଧମାଳରୁ ସାଂସଦ ଥିଲେ ମାତ୍ର ଏଥର ନିର୍ବାଚନରେ ବିଜେଡି ସଭାପତି ପ୍ରତ୍ୟୁଷାଙ୍କ ସ୍ଥାନରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଛନ୍ତି। ଏହାପରେ ସେ ନୟାଗଡରୁ ବିଧାନସଭା ଆସନ ଲାଗି ପ୍ରାର୍ଥୀ ହେବାକୁ ଇଛା ପ୍ରକାଶ କରିବା ସହ ସୁପ୍ରିମୋଙ୍କ ସହ କଥା ହୋଇଥିବା କହିଥିଲେ।

ବୋଧହୁଏ ବିଜେଡି ସୁପ୍ରିମୋଙ୍କ ପାଖରୁ ସୁବୁଜ ସଙ୍କେତ ନମିଳିବା ପରେ ସେ ବିଜେଡି ଛାଡି କଂଗ୍ରେସରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

Comment