ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ପ୍ରଥମ ତଥା ସବୁଠୁ ବଡ଼ ଅଣ୍ଡର ୱାଟର ରେଷ୍ଟୁରାଣ୍ଟ ଉତ୍ତର ୟୁରୋପର ନରୱେରେ ଖୋଲିଛି। ଏହି ଅଣ୍ଡର ୱାଟର ରେଷ୍ଟୁରାଣ୍ଟର ନାଁ ‘ମାରୁକା’। ରେଷ୍ଟୁରାଣ୍ଟଟି ୫୩୦୦ ବର୍ଗଫୁଟରେ ଅବସ୍ଥିତ। ଏହା ତିନି ମହଲା ବିଶିଷ୍ଟ। ଏହାର ଲମ୍ବ ୪୦ ମିଟର ଏବଂ ଚଉଡ଼ା ୫ ମିଟର। ରେଷ୍ଟୁରାଣ୍ଟଟି ସମୁଦ୍ର ପତ୍ତନରୁ ୫ମିଟର ତଳେ ଅବସ୍ଥିତ। ଏହାର ଡାଇନିଂ ୧୩ ଫୁଟ ଲମ୍ବା ରହିଛି। ରେଷ୍ଟୁରାଣ୍ଟର ପାଚେରୀ କାଚରେ ତିଆରି ହୋଇଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଆରାମରେ ସାମୁଦ୍ରିକ ଜୀବଙ୍କୁ ଭଲ ଭାବେ ଦେଖିପାରିବେ। ଏଠାରେ ଥରକେ ୧୦୦ ଜଣ ଲୋକ ବସି ଭୋଜନ କରିପାରିବାର ସୁବିଧା ରହିଛି।

ଏହି ରେଷ୍ଟୁରାଣ୍ଟରେ ୪୦ କର୍ମଚାରୀ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ରେଷ୍ଟୁରାଣ୍ଟରେ ରହିବାକୁ ହେଲେ ଗ୍ରାହକଙ୍କୁ ୪ ରାତି ପାଇଁ ୧.୪ କୋଟି ଟଙ୍କା ଦେବାକୁ ପଡ଼ିବ। ଗୋଟିଏ ରାତିକୁ ପ୍ରାୟ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କୁହାଯାଏ, ଏହି ରେଷ୍ଟୁରାଣ୍ଟ ନିର୍ମାଣରେ ପ୍ରାୟ ୧୦୮ କୋଟି ଖର୍ଚ୍ଚ ହୋଇଛି। ଉଦ୍‌ଘାଟନ ଦିନ ହିଁ ୭ ହଜାର ଲୋକଙ୍କ ପାଇଁ ଏଠାରେ ଡିନର ଟେବୁଲ ବୁକ୍ ହୋଇଛି। ବିଶ୍ୱର ଅନ୍ୟ କେତେକ ଦେଶରେ ମଧ୍ୟ ଅଣ୍ଡର ୱାଟର ରେଷ୍ଟୁରାଣ୍ଟ ନିର୍ମାଣ ହୋଇଛି।

Comment