ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜ୍ଞାନ ଏବଂ ଉନ୍ନତ ଜ୍ଞାନକୌଶଳ ବଳରେ ଅସମ୍ଭବ ବି ସମ୍ଭବ ହେବ। ନରୱେରେ ଖୁବଶୀଘ୍ର ଭାସମାନ ସୁଡ଼ଙ୍ଗ ନିର୍ମାଣ ହେବାକୁ ଯାଉଛି। ଭାସମାନ ସୁଡ଼ଙ୍ଗ ନିର୍ମାଣ କୌଣସି ନୂଆ କଥା ନୁହେଁ। ୧୮୮୨ରେ ବ୍ରିଟିଶ ନୌସେନା ମଧ୍ୟ ଆର୍କିଟେକ୍ ରିଡରେ ମଧ୍ୟ ଏଭଳି ସୁଡ଼ଙ୍ଗ ନିର୍ମାଣ ପ୍ରସ୍ତାବ ରଖିଥିଲେ।

ସମୁଦ୍ର ଭିତରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିବା ସହଜ ହେବ। କଙ୍କରିଟରେ ନିର୍ମାଣ ହେବାକୁ ଥିବା ଏହି ସୁଡ଼ଙ୍ଗ ଦୁଇ ଲେନ୍ ବିଶିଷ୍ଟ ହେବ। ଟେଣ୍ଡର ନେଇଥିବା ସରକାରୀ ସଂସ୍ଥା  ଆସନ୍ତା ୨୦୫୦ ସୁଦ୍ଧା ନିର୍ମାଣ କାମ ସାରିବା ନେଇ ଲକ୍ଷ୍ୟ ରଖିଛି। ଯଦି ଏହି ସୁଡ଼ଙ୍ଗ ନିର୍ମାଣ ହୋଇଯାଏ ବାସ୍ତବରେ ଏହା ଅଦ୍ଭୁତ ହେବ। ନରୱେ ଯଦି ଏହି ପ୍ରୋଜେକ୍ଟକୁ ସଫଳତା ପୂର୍ବକ ହାସଲ କରେ ବିଶ୍ୱର ପ୍ରଥମ ଦେଶ ଭାବେ ସୁଡ଼ଙ୍ଗ ନିର୍ମାଣରେ ରେକର୍ଡ କରିବ।

ଚୀନ, ଦକ୍ଷିଣ କୋରିଆ, ଇଟାଲି ଏବଂ ଇଣ୍ଡୋନେସିଆ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି। ୧୦୦ ଫୁଟ ଗଭୀର ଭିତରେ ସ୍ଥାପିତ ହେବାକୁ ଥିବା ଏହି ସୁଡ଼ଙ୍ଗ ଦୀର୍ଘ ୨୫୦ କି.ମି ଲମ୍ବା ହେବ। ସୁଡ଼ଙ୍ଗକୁ ନିୟନ୍ତ୍ରିତ କରିବା ପାଇଁ ପାଣିର ଉପରିଭାଗରେ ପୋଲ ନିର୍ମାଣ କରାଯିବ ଯେଭଳି ବଡ଼ବଡ଼ ଜାହାଜ ଗୁଡ଼ିକ ସହଜରେ ଯାଇପାରିବ। ଥଣ୍ଡା ହେଉ କି ଗରମ ଯେକୌଣସି ପାଣିପାଗରେ ସୁଡ଼ଙ୍ଗଟିର ଯେଭଳି କ୍ଷତି ନହେବ ସେଥିପାଇଁ ମଜବୁତ ଭାବେ ନିର୍ମାଣ କରାଯିବ।

୪୦ ଆରବ ଡଲାର ବ୍ୟୟରେ ସୁଡ଼ଙ୍ଗ ନିର୍ମାଣ ହେବ। ଏହି ସୁଡ଼ଙ୍ଗ ପଶ୍ଚିମ ନରୱେର ଖ୍ରୀଷ୍ଟିୟାନସ୍ୟାଣ୍ଡ ଏବଂ ଟ୍ରୋଣ୍ଡହିମ ସହର ମଧ୍ୟରେ ଯୋଗାଯୋଗ କରିବ।  ଏହି ଦୁଇ ସହର ମଧ୍ୟରେ ଦୂରତା ରହିଛି ୧୧୦୦ କିଲୋମିଟର, ଏଥିପାଇଁ ୨୧ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ସୁଡ଼ଙ୍ଗ ନିର୍ମାଣ ପରେ ପାଖାପାଖି ୬ ଘଣ୍ଟା ସମୟ କମ୍ ହେବ ବୋଲି କୁହାଯାଉଛି।

Comment