ଓଡ଼ିଶାଲାଇଭ୍ ବ୍ୟୁରୋ

ବିଚିତ୍ରମୟ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିହୁଏନା। ସେମିତି ଏକ ସହର ହେଉଛି ନରଓ୍ଵେର ଲାଙ୍ଗଇୟରବେନ୍। ଏହି ସହରରେ ମରିବା ମନା। ଅର୍ଥାତ୍ ମୃତ୍ୟୁ ଉପରେ ଏଠାରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏଭଳି ଅଜବ ନିୟମ ପଛରେ କ’ଣ ରହିଛି କାରଣ ଜାଣନ୍ତୁ..

ନରଓ୍ଵେର ଏକ ଛୋଟିଆ ସହର ହେଉଛି ଲାଙ୍ଗଇୟରବେନ୍। ଏହା ନରଓ୍ଵେର ଉତ୍ତର ଦିଗରେ ଏହା ଅବସ୍ଥିତ। ମାତ୍ର ୨୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ କିନ୍ତୁ ମରିବାକୁ ଅନୁମତି ମିଳେନାହିଁ। ପ୍ରଶାସନ ପକ୍ଷରୁ କଟକଣା ଜାରି ହେବା ପରେ ଗତ ୭୦ ବର୍ଷ ହେଲା ଏଠାରେ କେହି ବି ମରିନାହାନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତେବେ ଏଭଳି ଅଜବ କଟକଣା ପଛରେ ଏକ ବଡ଼ କାରଣ ରହିଛି।

ସହରଟି ଏକ ଆଇସ୍‌ଲାଣ୍ଡ ଉପରେ ଥିବାରୁ ଏଠାରେ ପ୍ରବଳ ମାତ୍ରାରେ ଥଣ୍ଡା ଅନୁଭୂତ ହୁଏ। ଶୀତ ଦିନେ ଏଠାକାର ତାପମାତ୍ରା ଏତେ କମ୍ ହୋଇଯାଏ ଯେ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଥାଏ। ଏହି ଥଣ୍ଡା ଯୋଗୁଁ ମୃତଦେହଗୁଡ଼ିକ ବିଘଟନ ହୋଇପାରେ ନାହିଁ। ଫଳରେ ବର୍ଷ ବର୍ଷ ଧରି ସେଗୁଡ଼ିକ ସେମିତି ହିଁ ପଡ଼ି ରହିଥାଏ।୧୯୧୭ ମସିହାରେ ଜଣେ ବ୍ୟକ୍ତି ଇନ୍‌ଫ୍ଲ୍ୟୁଏଞ୍ଜା କାରଣରୁ ପ୍ରାଣ ହରାଇଥିଲେ। କିନ୍ତୁ  ଏକ ଗବେଷଣା ସମୟରେ ଦେଖାଯାଇଥିଲା ଯେ, ଉକ୍ତ ବ୍ୟକ୍ତିଙ୍କ ମୃତ ଦେହରେ ଇନ୍‌ଫ୍ଲ୍ୟୁଏଞ୍ଜା ଭୂତାଣୁ ଦୀର୍ଘ ବର୍ଷ ପରେ ମଧ୍ୟ ସକ୍ରିୟ ଥିଲେ।

ଇନ୍‌ଫ୍ଲ୍ୟୁଏଞ୍ଜା ହେଉଛି ଏକ ପ୍ରକାର ଭୂତାଣୁ ଯାହାକି କରୋନା ଭଳି ଏକ ସଂକ୍ରାମକ ରୋଗ ସୃଷ୍ଟି କରିଥାଏ। ଏହି ରୋଗରେ ମଣିଷ ଜ୍ଵରରେ ପୀଡ଼ିତ ହେବା ସହ ଦୁର୍ବଳ ହୋଇପଡ଼େ। କରୋନା ପରି ଏହି ଇନ୍‌ଫ୍ଲ୍ୟୁଏଞ୍ଜା ମଧ୍ୟ ମହାମାରୀ ଭାବେ ବ୍ୟାପିଥାଏ।BGUତେଣୁ ଇନ୍‌ଫ୍ଲ୍ୟୁଏଞ୍ଜା ଭୂତାଣୁ ଶହ ଶହ ବର୍ଷ ଧରି ସକ୍ରିୟ ରହୁଥିବା ଜଣାପଡ଼ିବା ପରେ ଏହି ସହରରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ଏହି କଟକଣା ଏଯାବତ୍ ବଳବତ୍ତର ରହିଛି। ତେଣୁ ଏହି ସହରରେ ଯଦି କେହି ମରିବେ ବୋଲି ଜଣାପଡ଼େ ବା କିଛି ଜରୁରୀକାଳୀନ ସ୍ଥିତି ଉପୁଜେ ତେବେ ସେହି ଲୋକଙ୍କୁ ହେଲିକପ୍ଟର ଯୋଗେ ଦେଶର ଅନ୍ୟ ସ୍ଥାନକୁ ନିଆଯାଏ। ତାଙ୍କର ମୃତ୍ୟୁ ପରେ ସେହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଏ।

Comment