ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଗୁରୁବାର ବିଜେପି ୯୯ ବିଧାନସଭା ଆସନ ସହ ୧୦ ଲୋକସସଭା ଆସନ ଲାଗି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ପ୍ରଶାସିକାରୁ ନିକଟରେ ପଲିଟିସିଆନ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ କରିଛି।  ଅନ୍ୟ ପଟେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ନେଇ ଏବେବି ସସପେନ୍ସ ଜାରି ରହିଛି। ଯାହାକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଏଥର ଅପରାଜିତାଙ୍କ କିଏ ନିର୍ବାଚନୀ ମୈଦାନକୁ ଓହ୍ଲାଇବ।

ବିଜେଡିରୁ ବାବା ନା ଅରୂପ ପଟ୍ଟନାୟକ

ଲୋକସଭା ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ସମସ୍ତଙ୍କ ଫୋକସରେ ଏବେ ଭୁବନେଶ୍ୱର ଲୋକସଭା ଆସନ। ବିଜେଡିରୁ ସାଂସଦ ବନିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ପୁଣିଥିରେ ଟିକେ ଦେବ ନା, ମୁମ୍ବାଇର ପୂର୍ବ କମିଶନର ଅରୂପ ପଟ୍ଟନାୟକ ଯେ ଏବେ ଦଳରେ ସାମିଲ ହୋଇ ବିଜୁ ଯୁବ ବାହିନୀର ଦାୟିତ୍ୱରେ ଅଛନ୍ତି ତାଙ୍କୁ ଟିକେଟ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ଏସବୁ ଭିତରେ କଂଗ୍ରେସର ନଜରରରେ ରହିଛି ଯୁବ ଓ ଦକ୍ଷ ଭୋଟର।

ସମର୍ଥନ ମିଳିବା ଅପରାଜିତାଙ୍କ ପାଇଁ ହୋଇପାରେ କଷ୍ଟ!

ପ୍ରଶାସିକାରୁ ପଲିଟିସିଆନ ହୋଇଥିବା ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହେବା ପରେ ପ୍ରାୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଲୋକଙ୍କ ସହ ମିଶୁଛନ୍ତି। ଭୁବନେଶ୍ୱର ଲୋକସଭା ଆସନ ଅଧୀନରେ ଆସୁଥିବା ବିଭିନ୍ନ ବିଧାନସଭା ଆସନର ବିଧାୟକଙ୍କ ସମର୍ଥନ ମିଳିବା ଅପରାଜିତାଙ୍କ ଲାଗି ଟିକେ କଷ୍ଟ ହୋଇପାରେ। କାରଣ ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ସପକ୍ଷରେ ନାହାନ୍ତି। ସେପଟେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଅପରାଜିତାଙ୍କ ସମର୍ଥକଙ୍କ ମହଳରେ ଉତ୍ସାହ ଦେଖିବାକୁ ମିଳିଛି।

ବିଜେଡିରୁ ପାଟ୍ଟଶାଣୀ ଓ ଅରୂପଙ୍କ ମଧ୍ୟରେ କାହାକୁ ମିଳିବ ଟିକେଟ?

ବିଜେଡି ଆଗାମୀ ନିର୍ବାଚନ ଲାଗି ପ୍ରସନ୍ନ ପାଟ୍ଟଶାଣୀ ନା ନିକଟରେ ବିଜେଡିରେ ସାମିଲ ହୋଇ ଏବେ ବିଜୁ ଯୁବ ବାହିନୀର ଦାୟିତ୍ୱରେ ଥିବା ମୁମ୍ବାଇର ପୂର୍ବ କମିଶନର ଅରୂପ ପଟ୍ଟନାୟକ କାହାକୁ ଟିକେ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା କି ଏଥର ଦଳ ଅରୂପ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ।

କଂଗ୍ରେସ ସ୍ପଷ୍ଟ କରିନି ମତ

ବିଜେପି ଓ ବିଜେଡିରୁ ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ଏଯାଏଁ କିଛି ସ୍ପଷ୍ଟ କରିନି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି କି ଜିତିବାର ସମ୍ଭାବନା ଅଧିକ ଥିବା ସହ ନୂଆ ଚେହେରାଙ୍କୁ ଏଥର ଭୂବନେଶ୍ୱର ଆସନରୁ ପ୍ରାର୍ଥୀ କରାଯିବ। ଏପରିକି ମହିଳାଙ୍କୁ ପ୍ରାର୍ଥୀଙ୍କୁ ଟିକେଟ ମିଳିବା ନେଇ ଆଭାସ ଦେଇଛନ୍ତି ପିସିସି ସଭାପତି।

ଆମେ ଯଦି ୨୦୧୪ ଲୋକସଭା ନିର୍ବାଚନକୁ ଦେଖିବା ତେବେ ରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କୁ ୪ଲକ୍ଷରୁ ଅଧିକ ଭୋଟ ମିଳିଥିଲା। ସେହିପରି ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ୨ଲକ୍ଷ ୪୯ହଜାରୁ ଅଧିକ ଭୋଟ ମିଳିଥିଲା। ସେହିପରି କଂଗ୍ରେସର ପ୍ରାର୍ଥୀ ବିଜୟ ମହାନ୍ତିଙ୍କୁ ୧ଲକ୍ଷରୁ ଅଧିକ ଭୋଟ ମିଳିଥିଲା।

ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏବେ ବିଜେପି, କଂଗ୍ରେସ ଓ ବିଜେଡି ସେମାନଙ୍କ ଋଣନୀତି ଆରମ୍ଭ କରିଦେଇଛନ୍ତି। ମାତ୍ର କାହା ଉପରେ କେଉଁ ଦଳ ଅଧିକ ଭରସା କରୁଛି ତାହା ପ୍ରାର୍ଥୀ ଘୋଷଣା ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment