ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଅରୁଣ ଜେଟଲି ଓ ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଗମ୍ଭୀର ବିଜେପିରେ ସାମିଲ ହୋଇଛନ୍ତି।

ଅନେକ ଦିନରୁ ଚର୍ଚ୍ଚା ହେଉଥିଲା ଗମ୍ଭୀର ବିଜେପିରେ ସାମିଲ ହେବା ନେଇ। ଶେଷରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଗମ୍ଭୀର ଦିଲ୍ଲୀରୁ ଲୋକସଭା ଆସନ ଲାଗି ନିର୍ବାଚନ ଲଢ଼ିପାରନ୍ତି। ଏହି ଆସନରେ ଏବେ ମିନାକ୍ଷୀ ଲେଖି ସାଂସଦ ଅଛନ୍ତି।

ଚର୍ଚ୍ଚା ହେଉଛି ଏଥର ବିଜେପି ଦିଲ୍ଲୀରେ ମିନାକ୍ଷୀଙ୍କ ବଦଳରେ ଗମ୍ଭୀରଙ୍କୁ ପ୍ରାର୍ଥୀ କରିପାରେ। ଦିଲ୍ଲୀରେ ମେ ୧୨ରେ ନିର୍ବାଚନ ହେବ।

ଜେଟଲି କହିଛନ୍ତି ଗମ୍ଭୀର ବିଜେପିରେ ମିଶିବା ଦଳ ଲାଗି ଫାଇଦା ଦେବ। ଅନ୍ୟପଟେ ଗମ୍ଭୀର ବିଜେପିରେ ସାମିଲ ହେବା ପରେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ।”

Comment