ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ସାର୍ଦୁଲ ଠାକୁର। ଦୀର୍ଘ ଦିନର ପ୍ରେମିକା ମିତାଲି ପାରୁଲକରଙ୍କୁ ସୋମବାର ଦିନ ସେ ବିବାହ କରିଛନ୍ତି।

ମୁମ୍ବାଇଠାରେ ସାର୍ଦୁଲ ଏବଂ ମିତାଲିଙ୍କର ପାରମ୍ପରିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ନବଦମ୍ପତିଙ୍କ ନିକଟକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

ସାର୍ଦୁଲ ଏବଂ ମିତାଲିଙ୍କ ବିବାହ ଉତ୍ସବରେ ରୋହି ଶର୍ମା, ଶ୍ରେୟସ ଅୟର, ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା, ଅଭିଷେକ ନାୟର ଏବଂ ମୁମ୍ବାଇ ଟିମର ସିଦ୍ଧେଶ ଲାଡ, ପାରିବାର, ବନ୍ଧୁବାନ୍ଧବ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

ଗତ ୨୦୨୧ ମସିହା ନଭେମ୍ବର ମାସରେ ସାର୍ଦୁଲ ଠାକୁର ଏବଂ ମିତାଲି ପାରୁଲକରଙ୍କର ନିର୍ବନ୍ଧ ହୋଇଥିଲା। ଉଭୟ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

Tags: #Cricketer #StarCricketer #TeamIndia #SardulThakur #MitaliParulkar #Marriage

Comment