ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଶୁକ୍ରବାର ବିଜେପି ଓ କଂଗ୍ରେସ ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

ଯାହାପରେ କାହାକୁ କେଉଁଠୁ ଦଳ ଟିକେଟ ଦେଇଛି ସେ ନେଇ ଚର୍ଚ୍ଚା ଜୋର ଧରିଛି।

ଏହାରି ଭିତରେ ଆଉ ଏକ ଚର୍ଚ୍ଚା ହେଉଛି କି ବିଜେଡି ଆଜି ତାର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

ଅନ୍ୟପଟେ ଶନିବାର ନବୀନ ନିବାସରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ନେତା ଓ କର୍ମୀଙ୍କୁ ବି ଦେଖିବାକୁ ମିଳିଥିଲା।

ପ୍ରଦୀପ ପାଣୀଗ୍ରାହୀ, ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଅନେକ ନେତା କର୍ମୀ ସେମାନଙ୍କ ସମର୍ଥକଙ୍କ ସହ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି।

ପୂର୍ବରୁ ବିଜେଡି ୯ଲୋକସଭା ଓ ୫୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି। ଏହାପରେ ଫୋକସରେ ଅଛି ବାକି ଆସନ।

ଆସନଠୁ ଅଧିକ ଦାବିଦାର ଥିବାରୁ ବିଜେଡି ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିବା ଟିକେ କଷ୍ଟ ହେଉଥିବା ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

ତେବେ ବିଜେଡି ବାକିଥିବା ଲୋକସଭା ଓ ବିଧାନସଭା ଆସନ ଲାଗି କାହାକୁ କେଉଁଠୁ ପ୍ରାର୍ଥୀ ଭାବେ ଘୋଷଣା କରୁଛି ଅବା ଟିକେଟ ଦେଉଛି ତାହା ତାଲିକା ପ୍ରକାଶ ପରେ ହିଁ ସ୍ପଷ୍ଟ ହେବ।

Comment