ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

  • କେନ୍ଦ୍ରକୁ ଟାର୍ଗେଟ କଲେ ବିଜେଡି ସଭାପତି
  • ଶଙ୍ଖ ଚିହ୍ନରେ ଭୋଟଦେବା ଲାଗି ଓଡ଼ିଶାବାସୀଙ୍କୁ ନିବେଦନ କଲେ ନବୀନ
  • ୨୧ରୁ ୨୧ ଏମପି ସିଟ୍‌ ଜିତିବ ବିଜେଡି
  • ‘ଆମ ହାଇକମାଣ୍ଡ ଓ ରିମୋର୍ଟ କଣ୍ଟୋଲ ହେଉଛନ୍ତି ଓଡ଼ିଶାବାସୀ’

ବିଜେଡି ସଭାପତି ନୟାଗଡ଼ରୁ ୨୦୧୯ ନିର୍ବାଚନ ଲାଗି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ନବୀନଙ୍କ ସହିତ ନିର୍ବାଚନୀ ମୈଦାନକୁ ଅନେକ ହେବିୱେଟଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଆଗାମୀ ନିର୍ବାଚନରେ ବିଜେଡିର ପ୍ରସଙ୍ଗ କଣ ରହିବ ତାହା ଗୋଟେ ପ୍ରକାର ସ୍ପଷ୍ଟ ହୋଇଯାଇଛି ଆଜିର ପ୍ରଚାରରେ। ନବୀନ ପଟ୍ଟନାୟକ ମହିଳାଙ୍କୁ ନିର୍ବାଚନରେ ସ୍ଥାନ ଦେବା ପ୍ରସଙ୍ଗଠୁ ଆରମ୍ଭ କରି ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ବିନା ଋଣରେ ସୁଧ ଦେଇଥିବା କଥା କହିଛନ୍ତି।

ନବୀନ କହିଛନ୍ତି, “ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ଦେଇଛି ବିଜେଡି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ଲାଗି ଲଢେଇ ଜାରି ରହିବ। ବିଜେଡି ଏଥର ୨୧ ଲୋକସଭା ଆସନରେ ଜିତିବ। ଆମ ରିମୋଟ୍‌ କଣ୍ଟୋଲ ଅଛି ଓଡ଼ିଶାବାସୀ ପାଖରେ। ସାଢେ ୪କୋଟି ଓଡ଼ିଶାବାସୀ ହେଉଛନ୍ତି ଆମ ବଳ। ଆମ ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ। କେନ୍ଦ୍ର ଓଡ଼ିଶା ପ୍ରତି ଅବହେଳା କରିଛି। କେନ୍ଦ୍ରରେ ଏଥର କେହି ବହୁମତ ପାଇବେ ନାହିଁ।”

Comment