ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବାଙ୍କି ବିଧାୟକ ପ୍ରଭାତ ଚନ୍ଦ୍ର ଚ୍ରିପାଠୀ ଏଥର ନିର୍ବାଚନ ଲଢ଼ିବେ ନାହିଁ। ପ୍ରଭାତ ତ୍ରିପାଠୀ ଏ ନେଇ ବିଜେଡି ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଏଥର ନିର୍ବାଚନ ଲଢ଼ିବେନି କିନ୍ତୁ ଦଳ ଚାହିଁଲେ ସେ ଦଳର ସାଂଗଠନିକ କାର୍ଯ୍ୟରେ ସାମିଲ ହେବେ ବୋଲି କହିଛନ୍ତି।
ଏହାସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କାହିଁକି ନିର୍ବାଚନ ଲଢ଼ିବେ ନାହିଁ ତାର କାରଣ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, “ବିଜେପିର ଷଡଯନ୍ତ୍ର ଯୋଗୁଁ ଚିଟଫଣ୍ଡ ଠକେଇରେ ମୋତେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। କନ୍ଧମାଳ ଉପନିର୍ବାଚନ ସମୟରେ ଦଳ ଏବଂ ମୋର ଭାବମୂର୍ତ୍ତି ମଳିନ କରିବା ଲାଗି ବିଜେପି ପକ୍ଷରୁ ଏପରି ଉଦ୍ୟମ କରାଯାଇଥିଲା।”
ସେ ଆହୁରି ମଧ୍ୟ ଲେଖିଛନ୍ତି କି, “କୌଣସି ଚିଟଫଣ୍ଡ ସଂସ୍ଥାରେ ମୋର ଟଙ୍କା ନାହିଁ। ମୋର ରାଜନୈକିର ଛବି ଖରାପ କରିବା ଲାଗି ବିଜେପି ପକ୍ଷରୁ ଏପରି ଉଦ୍ୟମ କରାଯାଇଥିଲା।”
ଏହାସହିତ ପ୍ରଭାତ ତ୍ରିପାଠୀ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ୨୦୧୪ ନିର୍ବାଚନରେ ପ୍ରଭାତ ତ୍ରିପାଠୀ ବାଙ୍କିରୁ ନିର୍ବାଚନ ଲଢ଼ିଥିଲେ ଏବଂ ୪୦ହଜାରରୁ ଅଧିକ ଭୋଟରେ ନିର୍ବାଚନ ଜିତିଥିଲେ।
ପ୍ରଭାତ ତ୍ରିପାଠୀ ନିର୍ବାଚନ ନଲଢ଼ିବା ନେଇ ସ୍ପଷ୍ଟ କରିବା ପରେ ବାଙ୍କିରୁ ବିଜେଡି ପ୍ରାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।