ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜୁ ଜନତା ଦଳ ଆଜି ବୀରମିତ୍ରପୁର ଏବଂ ଫୁଲବାଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବୀରମିତ୍ରପୁର ଆସନ ପାଇଁ ମଖଲୁ ଏକା ଏବଂ ଫୁଲବାଣୀ ପାଇଁ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରିଛି ବିଜେଡି।

୨୦୧୪ ନିର୍ବାଚନରେ ବିଜେଡି ବୀରମିତ୍ରପୁରରେ ପରାଜିତ ହୋଇଥିବା ବେଳେ ଫୁଲବାଣୀରେ ବିଜୟୀ ହୋଇଥିଲା। ଏହି ଦୁଇଟି ଆସନରୁ କିଏ ଟିକେଟ ନେବ ତାକୁ ନେଇ ଗଣିତ ଛିଡୁ ନଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ଫୁଲବାଣୀ ଏବଂ ବୀରମିତ୍ରପୁର ବିଧାନସଭା ଆସନ ପାଇଁ ଭୋଟ ହେବ। ଆସନ୍ତାକାଲି ପ୍ରାଥିପତ୍ର ଦାଖଲର ଶେଷ ଦିନ। ମାର୍ଚ୍ଚ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୯ରେ ମତଦାନ ହେବ।

Comment