ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପୁର ଆସନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ।

ଏ ନେଇ ବିଜେଡି ନେତା ସୁଶାନ୍ତ ସିଂ ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁସାରେ ନବୀନ ଦିନ ଦୁଇଟା ମଧ୍ୟରେ ବିଜେପୁର ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରି ଫେରିଆସିବେ।

ନବୀନ ବିଜେପୁର ସହିତ ହିଞ୍ଜିଳିରୁ ବି ଏଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ନବୀନ ହିଞ୍ଜିଳି ଲାଗି ପ୍ରାର୍ଥିପତ୍ର ଦାଖଲ କରିସାରିଥିବା ବେଳେ ଆଜି ବିଜେପୁର ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ।

ନବୀନ ପଶ୍ମିମ ଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢ଼ୁଥିବାରୁ ପଶ୍ଚିମ ଓଡ଼ିଶାବାସୀଙ୍କ ସମେତ ନେତା, କର୍ମୀ ଓ ସମର୍ଥକ ଉତ୍ସାହିତ ଅଛନ୍ତି। ବିଜେପୁର ଉପନିର୍ବାଚନ ବେଳେ ନବୀନ କହିଥିଲେ ବିଜେପୁରର ଦାୟିତ୍ଵ ସେ ନେବେ। ଏହାପରେ ନବୀନଙ୍କ ଏହି ନିଷ୍ପତି ପରେ ବିଜେପୁରବାସୀ ଉତ୍ସାହିତ ଅଛନ୍ତି।

Comment