ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

୧୩ଲକ୍ଷ ଚାଷୀଙ୍କୁ ମିଳିବନି କାଳିଆ ସହାୟତା, ଆଜି ଇସିଙ୍କ ନିକଟରେ ଫେରାଦ ହେବ ବିଜେଡି।

ଏକାଧିକ ପର୍ଯ୍ୟାୟରେ ରାଜ୍ୟସରକାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ କାଳିଆ ସହାୟତା ଯୋଗାଇଦେଇଛନ୍ତି।

ନିକଟରେ ୧୩ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ସହାୟତା ପଠାଯାଇଥିଲା। ଯାହା ଏଯାଏଁ ଲୋକଙ୍କ ପାଖରେ ପହଞ୍ଚିନାହିଁ।

ଏହାକୁ ନେଇ ବିଜେଡି ବିଜେପିକୁ ସମାଲୋଚନା କରି କହିଛି, “ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରାଜ୍ୟସରକାର କାଳିଆ ଯୋଜାନା ଆରମ୍ଭ କରିଥିଲେ ଯେଉଁଥିପାଇଁ ଆବଶ୍ୟକ ଆର୍ଥିକ ଓ ପ୍ରଶାସନିକ ଅନୁମୋଦନ ନିଆଯାଇଥିଲା। କିନ୍ତୁ ଏବେ ହଠାତ୍‌ ଆଦର୍ଶ ଆଚରଣବିଧି କଥା ଉଠାଇ କାଳିଆ ଯୋଜନା ସହାୟତାକୁ ବନ୍ଦ କରିଦିଆଯାଇଛି।”

ଏହାକୁ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ଦୁର୍ଭାଗ୍ୟଜନକ ବୋଲି କହଛନ୍ତି। ଗୋଟିଏ ସମୟରେ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏବେ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଦେବା ବନ୍ଦ କରିଦିଆଯାଇଥିବା ସସ୍ମିତ ପାତ୍ର ଅଭିଯୋଗ କରି କହିଛନ୍ତି।

ବିଜେପି ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ପକାଇ ଏପରି କରାଉଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।

ତେବେ ଯାହା ସୂଚନା ମିଳିଛି କି ନିର୍ବାଚନ ସରିବା ଯାଏଁ କାଳିଆ ଯୋଜନାର ହିତାଧିକାରୀ ସହାୟତା ପାଇବେ ନାହିଁ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ନିଷ୍ପତ୍ତି ପରେ ଚାଷୀ ମହଲରେ ଅନେକ ଅସନ୍ତୋଷ ଦେଖିବାକୁ ମିଳୁଛି। ଅନ୍ୟପଟେ କାଳିଆକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଏନେଇ ଖୁବ୍‌ଶୀଘ୍ର ବିଜେଡି ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେବ  ବୋଲି ଜଣାପଡ଼ିଛି।

Comment