ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଗ୍ରୀଷ୍ମୠତୁ ଆସିବା ପରେ ଝାଳ ହେବା ସମସ୍ୟା ଅଧିକ ହୋଇଥାଏ। ଶରୀରରୁ ଝାଳ ବୋହିଲେ ଦୁର୍ଗନ୍ଧ ବି ହୋଇଥାଏ। ସେହିପରି କିଛି ଲୋକଙ୍କର ଅଧିକ ଝାଳ ହାତ ଓ ପାଦରେ ହୋଇଥାଏ। ଫଳରେ ପାଦ ଗନ୍ଧ କରିଥାଏ। ଗନ୍ଧର ମାତ୍ରା ଏତେ ଅଧିକ ହୋଇଥାଏ କି ପାଖରେ ଥିବା ବ୍ୟକ୍ତିକୁ ବି ଗନ୍ଧ ହୋଇଥାଏ। ଏହି ଗନ୍ଧକୁ ବ୍ରୋମିହାଇଡ୍ରୋସିସ୍‌ କୁହାଯାଏ। ଶରୀରରେ ଥିବା ବ୍ୟାକ୍ଟେରିଆ ଯେତେବେଳେ ଏହି ଝାଳ ସଂସ୍ପର୍ଶରେ ଆସିଥାଏ, ସେଥିରୁ ଗନ୍ଧ ଆସିଥାଏ।

ଯଦି ଗରମ ଦିନରେ ପାଦରୁ ଝାଳ ବେହିଥାଏ ଏବଂ ଦୁର୍ଗନ୍ଧ ବି ହୋଇଥାଏ, କିଛି ଘରୋଇ ଉପାୟରେ ଏହି ସମସ୍ୟାକୁ ଦୂର କରିହେବ।

ଜୋତା ଓ ମୋଜାକୁ ସଫା ରଖନ୍ତୁ। ସବୁବେଳେ ପରିସ୍କାର ମୋଜା ପିନ୍ଧନ୍ତୁ। କଟନ୍‌ ମୋଜାର ଅଧିକ ବ୍ୟବହାର କରନ୍ତୁ। ଚମଡ଼ା ଜୋତାକୁ କିଛି ସମୟ ପାଇଁ ଖରାରେ ରଖି ଦିଅନ୍ତୁ।

ଉଷୁମ ପାଣିରେ ଲୁଣ ମିଶାଇ କିଛି ସମୟ ବୁଡ଼ାଇ ରଖନ୍ତୁ। ଏହାଦ୍ୱାରା ପାଦରେ ଥିବା ଜୀବାଣୁ ନାଶ ହୋଇଥାଏ। ଲୁଣ ପାଣି ପାଦର ତ୍ୱଚାକୁ ଶୁଷ୍କ ରଖିଥାଏ। ଫଳରେ ଝାଳ କମ୍‌ ହୋଇଥାଏ।

ଯଦି ଆପଣଙ୍କ ପାଦରୁ ବେଶି ମାତ୍ରାରେ ଝାଳ ବୋହିଥାଏ। ସେଥିରେ ବେବି ପାଉଡର ବା ଟାଲକମ୍‌ ପାଉଡର୍‌ର ବ୍ୟବହାର କରି ପାରିବେ। ଏହାଦ୍ୱାରା ଦୁର୍ଗନ୍ଧ ବି ଦୂର ହୋଇଥାଏ।

ଚା’ ପତି ପାଦରୁ ହେଉଥିବା ଦୁର୍ଗନ୍ଧକୁ ରୋକିଥାଏ। ଗୋଟେ ପାତ୍ରରେ ଉଷୁମ୍‌ ପାଣି ନେଇ ସେଥିରେ ଚା’ପତି ବା ଟି ବ୍ୟାଗ୍‌ ପକାଇ ଦିଅନ୍ତୁ। ପାଖାପାଖି ଅଧଘଣ୍ଟା ପାଦକୁ ବୁଡ଼ାଇ ରଖନ୍ତୁ। ଏହି ପ୍ରକ୍ରିୟାକୁ ନିୟମିତ ଭାବେ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଲେମ୍ବୁ ରସରେ ପାଦକୁ ଧୋଇଲେ ପାଦରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିପାଇଁ କିଛି ସମୟ ଲାଗି ଲେମ୍ବୁ ରସ ପାଦରେ ଲଗାଇ ରଖନ୍ତୁ। ଏହାପରେ ଧୋଇ ଦିଅନ୍ତୁ।

ପାଦକୁ ସ୍କ୍ରବ୍‌ କରନ୍ତୁ। ପାଦକୁ କୌଣସି ସ୍କ୍ରବ୍‌ରେ ଘଷିବା ଫଳରେ ମୃତ କୋଷିକା ନଷ୍ଟ ହୋଇଥାଏ। ଅଦା ଲେମ୍ବୁ ମିଶାଇ ପାଦରେ ଧିରେ ଧିରେ ମାଲିସ୍‌ କରନ୍ତୁ। ଏହି ସ୍କ୍ରବ୍‌କୁ ସପ୍ତାହରେ ଦୁଇଥର ଲଗାଇବା ଫଳରେ ପାଦରେ ଦୁର୍ଗନ୍ଧ ହୋଇନଥାଏ।

Comment