ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଯାହା ଆକଳନ କରାଯାଉଥିଲା ତାହ ହିଁ ଘଟିଛି। ଭୁବନେଶ୍ୱର ଲୋକସଭା ଆସନରେ ଏଥର ବିଜେଡି ପ୍ରାର୍ଥୀ ବଦଳାଇଛି। ବାବାଙ୍କୁ ହଟାଇ ଏଥର ବାବୁଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ପାଞ୍ଚ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ହଟାଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପ୍ରସନ୍ନଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଅରୂପଙ୍କ ଟିକେଟ ଘୋଷଣା ହେବା ପରେ ଭୁବନେଶ୍ୱରରେ ଦୁଇ ଅଫିସରଙ୍କ ଭିତରେ ଲଢ଼େଇ ହେବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଆଇଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ଏବଂ ଅରୂପଙ୍କ ଭିତରେ କଡ଼ା ମୁକାବିଲା ହେବ।

Comment