ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚିଟଫଣ୍ଡ ଠକେଇ ଅଭିଯୋଗ ଜେଲ୍ ଯାଇଥିବା ନେତାଙ୍କୁ ଟିକେଟ ନା।

ଚିଟଫଣ୍ଡ ଠକେଇ ଅଭିଯୋଗରେ ଜେଲ୍ ଯାଇଥିବା ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଟିକେଟ ଦେଇନି ବିଜେଡି। ହେଲେ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଥଇଥାନ କରାଯାଇଛି। ବାପାଙ୍କ ବଦଳରେ ପୁଅମାନଙ୍କୁ ଟିକେଟ ଦେଇ ସନ୍ତୁଷ୍ଟ କରାଯାଇଛି।

ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଟିକେଟ କାଟିଛି ବିଜେଡି। ତାଙ୍କ ଜାଗାରେ ପ୍ରଭାତଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଟିକେଟ ମିଳିଛି। ପ୍ରଭାତ ଏଟି ଚିଟଫଣ୍ଡ ଠକେଇ ଅଭିଯୋଗରେ ଜେଲ୍ ଯାଇଥିଲେ ପ୍ରଭାତ।

ସେହିପରି ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ମଧ୍ୟ ଟିକେଟ ଦେଇଛି ବିଜେଡି। ପ୍ରଭାତ ସିସୋର ଚିଟଫଣ୍ଡ ଠକେଇ ଅଭିଯୋଗରେ ଜେଲ୍ ଯାଇଥିଲେ। କଟକ ଜିଲ୍ଲାରୁ ଦୁଇ ପ୍ରଭାତଙ୍କ ଟିକେଟ କଟିଛି।

Comment