ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବରଗଡ଼ ଲୋକସଭା ଆସନରେ କିଏ ମାରିବ ବାଜି? ହେବ ଜୋରଦାର ଟକ୍କର।

ପଶ୍ଚିମ ଓଡ଼ିଶାର ସବୁଠୁ ହଟ୍ ସିଟ୍ ବରଗଡ଼ ଲୋକସଭା ଆସନରେ ଏଥର ଜମିବ ଲଢ଼େଇା ନିର୍ବାଚନ ମଇଦାନକୁ ଏଥର ଓହ୍ଲାଇଛନ୍ତି ତିନି ଦଳର ତିନି ହେବିୱେଟା ବିଜେପିରୁ ସୁରେଶ ପୂଜାରୀ, ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ ଏବଂ କଂଗ୍ରେସରୁ ପ୍ରଦୀପ ଦେବତା ପ୍ରାର୍ଥୀ ହୋଇଛନ୍ତିା

ଏହି ତିନି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତିା ବରଗଡ଼ ଲୋକସଭା ଆସନରୁ ବିଜୟ ବାନା ଉଡ଼ାଇବାକୁ ଗୋଟି ଚାଳନା କରୁଛନ୍ତିା

ବରଗଡ଼ ଲୋକସଭା ଆସନରୁ ଯେଉଁମାନେ ଏଥର ପ୍ରାର୍ଥୀ ହେଉଛନ୍ତି ସେମାନେ ସମସ୍ତେ ନୂଆ ମୁହଁ। ଏଣୁ ସମସ୍ତେ ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟ ୨୦୧୪ରେ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ପରାଜିତ ହୋଇଥିଲେ। ପରାଜିତ ହେବାର କାରଣ ହେଉଛି ବିଜେପୁରରେ ଗତ ଥର ପ୍ରସନ୍ନ ଥିଲେ ନୂଆ। ପ୍ରସନ୍ନ ରେଢାଖୋଲ ଆସନରୁ ବିଧାୟକ ଭାବେ ଛିଡ଼ା ହେଉଥିଲେ। ଗତ ଥର ତାଙ୍କ ଆସନ ବଦଳାଇଥିଲା ବିଜେଡି।

ବିଜେପୁର ହାରିବା ପରେ ପ୍ରସନ୍ନଙ୍କୁ ଦଳ ରାଜ୍ୟସଭା ପଠାଇଥିଲା। ୨୦୧୪ରେ ବିଜେଡି ବରଗଡ଼ ଲୋକସଭା ଆସନ ଦଖଲ କରିଥିଲା। ପ୍ରଭାସ ସିଂ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ବିଜେଡି ପ୍ରଭାସଙ୍କୁ ଟିକେଟ ନଦେଇ ଅଭିଜ୍ଞ ପ୍ରସନ୍ନଙ୍କୁ ପ୍ରାର୍ଥୀ କରିଛି।

ସମ୍ବଲପୁର ଛାଡ଼ି ବରଗଡ଼ରେ ସୁରେଶ

ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ। ସୁରେଶ ବରଗଡ଼ ଲୋକସଭା ଆସନ ପାଇଁ ନୂଆ। ଗତ ଥର ସେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ପରାଜିତ ହୋଇଥିଲେ। ଏହା ପୂର୍ବରୁ ସୁରେଶ ବ୍ରଜରାଜନଗରରୁ ବିଧାନସଭା ପ୍ରାର୍ଥୀ ହେଉଥିଲେ।

ସୁରେଶଙ୍କୁ ଏଥର ବରଗଡ଼ରେ ପ୍ରାର୍ଥୀ କରିଛି ବିଜେପି। ସେ ବିଜେଡିର ପ୍ରସନ୍ନ ଏବଂ କଂଗ୍ରେସର ପ୍ରଦୀପଙ୍କୁ ଟକ୍କର ଦେବେ।

ଗତ ଥର ବରଗଡ଼ରୁ ସୁବାସ ଚୌହାନ ବିଜେପି ଟିକେଟ ନେଇଥିଲେ। କିନ୍ତୁ ବିଜେପି ତାଙ୍କୁ ଏଥର ଟିକେଟ ନଦେବାରୁ ସେ ଦଳ ଛାଡ଼ିଛନ୍ତି। ବିଜେଡିରେ ଯୋଗ ଦେଇଛନ୍ତି ସୁବାସ। ଫଳରେ ବିଜେପି ପାଇଁ ଘାଟା ହୋଇପାରେ ବୋଲି କୁହାଯାଉଛି।

ନୂଆ ମୁହଁ ପ୍ରଦୀପ

୨୦୧୪ରେ କଂଗ୍ରେସ ଏଠାରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଥିଲା। ୨୦୦୯ରେ ସଞ୍ଜୟ ଏଠାରୁ ନିର୍ବାଚିତ ହୋଇଥିବାରୁ ତାଙ୍କ ଉପରେ ଭରସା କରିଥିଲା ଦଳ। ହେଲେ ସଞ୍ଜୟ ଗତ ଥର ପରାଜିତ ହେବା ପରେ ଏଥର ତାଙ୍କୁ ଟିକେଟ ଦେଇନି ଦଳ। ପ୍ରଦୀପ ଦେବତାଙ୍କୁ ପ୍ରାର୍ଥୀ କରିଛି।

ଗୋଟିଏ ପଟେ ତାତି ବଢୁଛିା ତା’ ସହ ତାଳ ଦେଇ ରାଜନୀତିର ପାରଦ ମଧ୍ୟ ବଢ଼ିଛିା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ପ୍ରାର୍ଥୀ ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ରାଜନୀତି ପାଣିପାଗକୁ ଗରମ କରିଛନ୍ତିା ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ତିନି ନେତାଙ୍କ ଭିତରୁ କିଏ ବାଜି ମାରୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment