ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ନବରଙ୍ଗପୁର ଆଦିବାସୀ ନେତା ଦିବାକର ପୂଜାରୀ।

ନବରଙ୍ଗପୁର ଅନୁସୂଚିତ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଦିବାକର ପୂଜାରୀ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ପ୍ରକୃତି ରିସର୍ଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିବାକରଙ୍କ ସମେତ ତେନ୍ତୁଳିଖୁଣ୍ଟିବ୍ଲକ ଅଧିନସ୍ଥ ଦିଗି ଗ୍ରାମର ସୁଦାମ ପାଇକ ଓ ସୁନୀଲ ହିଆଲଙ୍କ ନେତୃତ୍ୱରେ କଂଗ୍ରେସର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଦିବାକର କହିଛନ୍ତି ଯେ ଭାଜପା କର୍ମୀମାନେ ନିର୍ବାଚନ ସମୟରେ ପେଟ ପାଟଣା ପାଇଁ କାମ କରୁଛନ୍ତି । ଏହି ମିଶ୍ରଣ ସମୟରେ ବିଜେଡି ଜିଲ୍ଲା ସଭାପତି ପ୍ରହଲ୍ଲାଦ ତ୍ରିପାଠୀ , ନଗର ସଭାପତି ପ୍ରମୋଦ କୁମାର ରଥ , ବାବୁଲି ମିଶ୍ର , ମନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment