ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ତାରିଖ ଯେତିକି ପାଖଉଛି ସାରାଦେଶରେ ନିର୍ବାଚନୀ ଉଷ୍ଣତା ସେତିକି ସେତିକି ବଢ଼ିବାରେ ଲାଗିଛି। ପ୍ରତି ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରଚାର। ଦଳ ମାନେ ନିଜର ଷ୍ଟାର ପ୍ରଚାରକଙ୍କ ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି।

ଆପଣ ଜାଣିନଥିବେ ଗୁଜୁରାଟରେ ନିର୍ବାଚନ ସମୟରେ ଏକ ନିଆରା ପର୍ଯ୍ୟଟନ ଦେଖିବାକୁ ମିଳିଥାଏ ଯାହାର ସମ୍ପୂର୍ଣ୍ଣ ନିଆରା ଓ ସ୍ୱତନ୍ତ୍ର। ଏହାର ନାଁ ହେଉଛି ‘ନିର୍ବାଚନ ପର୍ଯ୍ୟଟନ’।

ଏହି ପର୍ଯ୍ୟଟନ ଗୁଜୁରାଟରେ ଦେଖିବାକୁ ମିଳିଥାଏ। ଗୁଜୁରାଟର ଲୋକସଭା ନିର୍ବାଚନକୁ ଦେଖିବା ସହ ଏହା କିପରି ହୋଇଥାଏ ଏବଂ ଭାରତରେ ନିର୍ବାଚନ ପଦ୍ଧତି କଣ ସେ ବାବଦରେ ଜଣାଇବା ଏହି ପର୍ଯ୍ୟଟନର ମୁଖ୍ୟ ଲକ୍ଷ।। ଏହି ପର୍ଯ୍ୟଟନ ବିଶେଷ କରି ବିଦେଶୀ ପର୍ଯ୍ୟଟକ ପାଇଁ ଆୟୋଜନ କରାଯାଇଥାଏ ବୋଲି କୁହାଯାଇଥାଏ।

ଏ ନେଇ ଗୁଜୁରାଟରେ ୨୦ଟି ଟୁର ଅପରେଟର ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସ୍ପେଶାଲ ପେକେଜ କରିଛନ୍ତି।

ଏହି ସମୟରେ ଯେଉଁ ପର୍ଯ୍ୟଟକ ମାନେ ଗୁଜୁରାଟ ଆସନ୍ତି ସେମାନେ କେବଳ ରାଜନୈତିକ ଶୋଭାଯାତ୍ରା ଦେଖନ୍ତି ତାହା ନୁହଁ ବରଂ ନିର୍ବାଚନ ପୂର୍ବରୁ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ସହ ନେତାଙ୍କୁ ସାକ୍ଷାତ ମଧ୍ୟ କରିପାରନ୍ତି।

ଏହି ପର୍ଯ୍ୟଟନ ଗୁଜୁରାଟରେ ୨୦୧୨ ବିଧାନସଭା ନିର୍ବାଚନ ସମୟରୁ ଆରମ୍ଭ ହୋଇଛି। ଏହାପରେ ଏହି ପର୍ଯ୍ୟଟନ ୨୦୧୪ ଲୋକସଭା ନିର୍ବାଚନ ଓ ୨୦୧୭ ବିଧାନସଭା ନିର୍ବାଚନ ବେଳେ ବି ଦେଖିବାକୁ ମିଳିଥିଲା।

୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନ ବେଳେ ଏହି ‘ନିର୍ବାଚନ ପର୍ଯ୍ୟଟନ’ରେ ୧୮୦୦ ବିଦେଶୀ ପର୍ଯ୍ୟଟକ ଗୁଜୁରାଟ ଆସିଥିଲେ। ଚଳିତଥର ଏହି ପର୍ଯ୍ୟଟଙ୍କ ସଂଖ୍ୟା ଅଧିକ ହେବ ବୋଲି ଟୁର ଅପରେଟର ମାନେ ଆଶା ରଖିଛନ୍ତି।

Comment