ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ନରେନ୍ଦ୍ର ମୋଦି। କାଲି ଜୟପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ।

କାଲି ସକାଳ ସାଢ଼େ ୯ଟାରେ ମୋଦି କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ବାଙ୍କବିଜାଠାରେ ପହଞ୍ଚିବେ। ଏହାପରେ ସାଧାରଣ ସଭାରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବହୁ ବରିଷ୍ଠ ନେତା ସାମିଲ ହେବେ।

ମୋଦିଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସ୍ଥିତି ଆହୁରି ଦୃଢ଼ କରିବାକୁ ଆସୁଛନ୍ତି ମୋଦି। ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

Comment