ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସଦ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁବାସ ଚୌହାନଙ୍କୁ ମିଳିଛି ନୂଆ ଦାୟିତ୍ୱ। ସୁବାସ ଚୌହାନଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବାସଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ସମ୍ପାଦକ ସହ ସୁବାସଙ୍କୁ ୪ଟି ଜିଲ୍ଲାର ସହ- ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।

ନିକଟରେ ସୁବାସ ବିଜେପିରୁ ଇସ୍ତଫା ଦେଇଥିଲେ।। ବରଗଡ଼ରୁ ବିଜେପି ସୁବାସଙ୍କୁ ଟିକେଟ୍‌ ନ ଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ଏନେଇ ସୁବାସଙ୍କ ସମର୍ଥକମାନେ ବିକ୍ଷୋପ ମଧ୍ୟ କରିଥିଲେ। ସୁବାସ ବରଗଡ଼ ଲୋକସଭା ଆସନ ପାଇଁ ଆଶାୟୀ ଥିବାବେଳେ ବିଜେପି ଏଠାରୁ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି।

ଏଥିରେ ଅସନ୍ତୁଷ୍ଟ ହୋଇ ସୁବାସ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବାସଙ୍କୁ ଏକ ବଡ଼ ପଦବୀରେ ନିଯୁକ୍ତି ଦେଇଛନ୍ତି। ସେ ବିଜେଡିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରିବେ। ଏଥିସହ ୪ଟି ଜିଲ୍ଲାର ସହ- ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ।

Comment