ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିରେ ମିଶିଲେ ବିଜେପି ପ୍ରାର୍ଥୀ ଭାଗିରଥୀ ସେଠୀ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଥିଲେ ଭାଗିରଥୀ ସେଠୀ।

ପୂର୍ବରୁ ୨୦୧୪ରେ ବିଜେଡିରେ ଥିବା ଭାଗିରଥୀ ବିଜେଡି ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେପିରେ ସାମିଲ ହୋଇଥିଲେ।

ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଆନନ୍ଦପୁର ଲାଗି ଭାଗିରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

ହେଲେ ସେ ଅଭିଯୋଗ କରିଛନ୍ତି କି ସେ ଦଳରେ ସୁରକ୍ଷିତ ନଥିଲେ। ଦଳରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ହେଉଥିଲା। ସେଥିପାଇଁ ସେ ତାଙ୍କ ପୁରୁଣା ଦଳକୁ ଫେରିଲେ।

ତେବେ ମାର୍ଚ୍ଚ ୨୭ରେ ବିଜେଡି କେନ୍ଦୁଝର କ୍ଷେତ୍ରରେ ଲାଗି କିଛି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଆନନ୍ଦପୁର ପାଇଁ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ। ଏହାପରେ ଚର୍ଚ୍ଚା ହେଉଛି ଭାଗିରଥୀଙ୍କୁ ଦଳ ଆନନ୍ଦପୁର ଲାଗି ପ୍ରାର୍ଥୀ କରିପାରେ। ଏନେଇ ତାଙ୍କୁ ସବୁଜ ସଙ୍କେତ ମଳିଛି। ସେଥିପାଇଁ ସେ ପଦ୍ମ ଛାଡ଼ି ପୁଣି ଥରେ ବିଜେଡିରେ ସାମିଲ ହୋଇଥିବା କୁହାଯାଉଛି। ବିଜେଡି ଆନନ୍ଦପୁର ଲାଗି ଭାଗିରଥୀଙ୍କୁ ଟିକେଟ୍‌ ଦେଉଛି ନା ଆଛ କାହା ଉପରେ ଦଳ ଭରସା କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Comment