ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପରିବାର ସହ ରାଜନୀତିର କୌଣସି ସମ୍ପର୍କ ନାହିଁ।

‘‘ପରିବାର ଅଲଗା, ରାଜନୀତି ଅଲଗା। ଏଥିରେ କିଛି ନୂଆ କଥା ନାହିଁ। ଏମିତି ଅନେକ ଉଦାହରଣ ଅତୀତରେ ଦେଖିବାକୁ ମିଳିଛିା ମୋ’ ପିଲାମାନେ ଯଥେଷ୍ଟ ଉଚ୍ଚଶିକ୍ଷିତା ସେମାନେ ସେମାନଙ୍କର ଭବିଷ୍ୟତ ସମ୍ପର୍କରେ ସଚେତନ ଅଛନ୍ତିା ମୁଁ ସେଥିରେ ହସ୍ତକ୍ଷେପ କରେନି’’, କହିଛନ୍ତି ଡାକ୍ତର ଦାମୋଦର ରାଉତା

ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଆଜି ପାରାଦୀପ ଆସନ ପାଇଁ ଟିକେଟ ଦେଇଛି ବିଜେଡିା ଗୋଟିଏ ପଟେ ଦାମ ବିଜେପି ଟିକେଟରେ ବାଲିକୁଦା-ଏରସମାରୁ ଲଢ଼ିବା ପାଇଁ ସ୍ଥିର ହୋଇଥିବା ବେଳେ ଅନ୍ୟପଟେ ସମ୍ବିତ ପାରାଦୀପରୁ ଲଢ଼ିବୋ

ବାପା ଦାମ ରାଉତ ବିଜେପି ରାଜନୀତିରେ ସକ୍ରିୟ ଥିବା ବେଳେ ଏବେ ପୁଅ ସମ୍ବିତ ବିଜେଡିରେ ସକ୍ରିୟ ହୋଇଯାଇଛନ୍ତିା ବାପା-ପୁଅଙ୍କ ରାଜନୀତିକୁ ନେଇ ଏବେ ନିର୍ବାଚନ ମଇଦାନ ଉଠୁଛି ପଡୁଛିା

ଏନେଇ ଦାମଙ୍କ ପୁଅ ସମ୍ବିତ କହିଛନ୍ତି, ‘‘କିଛି ଅସୁବିଧା ହେବନିା ଆମ ଗୋଟିଏ ଘରେ ରହୁଛୁା ମୁଁ ମୋ’ ବାପାଙ୍କର ଗୋଟିଏ ପୁଆ ଏଣୁ ମୁଁ ଗର୍ବିତା ଘର ଭିତରେ ଆମେ ବାପା-ପୁଆ ବାହାରେ ସେ ତାଙ୍କ କାମ କରିବେ ମୁଁ ମୋ’ କାମ କରିବିା’’

ସମ୍ବିତ ଆହୁରି କହିଛନ୍ତି, ‘‘୨୦୦୪ ମସିହାରୁ ସକ୍ରିୟ ରାଜନୀତିକୁ ଆସିଛିା ନବୀନ ବାବୁ ଏହା ଜାଣିଛନ୍ତିା ମୋ’ କାମ ଦେଖି ମତେ ଟିକେଟ ମିଳିଛିା’’

ପୁଅକୁ ବିଜେଡି ଟିକେଟ ଦେବା ପରେ ଦାମ କହିଛନ୍ତି, ‘‘ସେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛିା ମୁଁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛିା ମୁଁ ତା’ ନିର୍ବାଚନମଣ୍ଡଳୀକୁ ଯିବି କାହିଁକି? ଯଦି ଦଳ ମତେ ପାରାଦୀପ ପ୍ରଚାର କରିବାକୁ ପଠାଏ ତାହାଲେ ମୁଁ ଯିବିା’’

Comment