ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଅଧିନାୟକ ବିରାଟ କୋହଲି ଆଇପିଏଲରେ ୫୦୦୦ରନ୍‌ ପୂରା କରିଛନ୍ତି। କୋହଲି ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି।

କୋହଲି ୧୬୫ ମ୍ୟାଚ୍‌ ଓ ୧୫୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ୫୦୦୦ ରନ୍‌ ମଧ୍ୟରେ କୋହଲି ୪ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ମାରିଛନ୍ତି। ଗୁରୁବାର କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ପକ୍ଷରୁ ଖେଳିଥିବା ମ୍ୟାଚ୍‌ରେ ୪୬ ରନ୍‌ କରି ଏହି ସଫଳତା ପାଇଛନ୍ତି।

ଏହାପରେ କୋହଲି ଆଇପିଏଲରେ ସବୁଠୁ ଅଧିକ ରନ୍‌ କରିଥିବା ଖେଳାଳୀ ହୋଇଛନ୍ତି। । କୋହଲିଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ଖେଳୁଥିବା ସୁରେଶ ରାଇନା ହିଁ ଏହି ସଫଳତା ପାଇଥିଲେ। ରାଇନ୍‌ ୧୭୮ ମ୍ୟାଚ୍‌ରେ ୧୭୪ଟି ଇନିଂସ ଖେଳି ମୋଟ ୫୦୩୪ରନ୍‌ ବନାଇପାରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୩୫ଟି ଅର୍ଦ୍ଧଶତକ ଅଛି।

Comment