ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଢେଙ୍କାନାଳ ଲୋକସଭା ଆସନ ଲାଗି କଂଗ୍ରେସ ବରିଷ୍ଠ ନେତା ବ୍ରିଗେଡ଼ିୟର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ନାମ ଘୋଷଣା କରିଛି। ଯାହାପରେ ଢେଙ୍କାନାଳ ବାସୀ ଉତ୍ସାହିତ ଅଛନ୍ତି।

କେ.ପି.ସିଂଦେଓ ୧୫ବର୍ଷ ପରେ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ସେ ପୂର୍ବରୁ ୭ଥର ରାଜ୍ୟସଭା ଓ ଲୋକସଭା ସାଂସଦ ରହିସାରିଛନ୍ତି। ଏହାସହିତ ଅନେକ ସମସୟରେ ସେ କେନ୍ଦ୍ରରେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ରହିଛନ୍ତି।

କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ରାଜନୈତିକ କରିଡ଼ରରେ କେ.ପି.ସିଂଦେଓଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିଲା। କେତେବେଳେ ଚର୍ଚ୍ଚା ହେଉଥିଲା ସେ ନିର୍ବାଚନ ଲଢିବେନି ତ ଆଉ କେତେବେଳେ ଚର୍ଚ୍ଚା ହେଉଥିଲା କି ବ୍ରିଗେଡ଼ିୟର ଏଥର ନିର୍ବାଚନରେ ଲଢ଼ିବେ।

କେ.ପି.ସିଂଦେଓଙ୍କ ବିପକ୍ଷରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ନାରାୟଣ ପାଣି। ତେବେ ଏଥର ଢେଙ୍କାନାଳ ଲୋକସଭା ଆସନ ଲାଗି ନିର୍ବାଚନ ଜୋର ହେବ ବୋଲି କୁହାଯାଉଛି।

୨୦୦୪ରେ କେପି ସିଂହଦେଓ ନିର୍ବାଚନ ଲଢ଼ିଥିଲେ ମାତ୍ର ବିଜେଡି ପ୍ରାର୍ଥୀ ତଥାଗତ ଶତପଥୀଙ୍କଠାରୁ ସେ ପରାସ୍ତ ହୋଇଥିଲେ। ଯାହାପରେ ସେ ଆଉ ନିର୍ବାଚନ ମୈଦାନକୁ ଫେରିନଥିଲେ। ତେବେ ୧୫ବର୍ଷ ପରେ ସିଂହଦେଓଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ଜିଲ୍ଲାରେ କଂଗ୍ରେସର ସ୍ଥିତି ଆଗାମୀ ଦିନରେ ଭଲ ହେବ ବୋଲି ଆଶା କରାଯାଇପାରେ।

Comment